Odisha Link
Bridging the Missing Links in Odisha

ଦ୍ବିତୀୟ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ପୁଣେ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍। ଇଂଲଣ୍ଡ ଦିନିକିଆ ଦଳର ନିୟମିତ ଅଧିନାୟକ ଇଅନ୍‌ ମୋର୍ଗାନ ଆହତ ହୋଇଥିବାରୁ ଜୋସ୍‌ ବଟଲର ଅଧିନାୟକ ପଦ ତୁଲାଇଛନ୍ତି। ଦ୍ବିତୀୟ ଦିନିକିଆରେ ଇଂଲଣ୍ଡ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ।

ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍‌ ଶ୍ରେୟସ୍‌ ଆୟର ଆହତ କାରଣରୁ ସିରିଜରୁ ବାଦ ପଡ଼ିଥିବାବେଳେ ତାଙ୍କ ସ୍ଥାନରେ ପ୍ଲେଇଙ୍ଗ୍‌ ଇଲେଭେନ୍ରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିଛି। ଅପରପକ୍ଷେ ପ୍ରଥମ ଦିନିକିଆର ଆଉ ବାକି ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇଛି ବିରାଟ ବାହିନୀ। ସେହିପରି ଇଂଲଣ୍ଡ ଦଳରେ ୩ଟି ପରିବର୍ତ୍ତନ କରି ମଇଦାନକୁ ଓହ୍ଲାଇଛି। ଆହତ କାରଣରୁ ଇଅନ୍‌ ମୋର୍ଗାନ ଓ ସାମ୍‌ ବିଲିଙ୍ଗସ୍‌ ମ୍ୟାଚ୍‌ ଖେଳୁନଥିବା ବେଳେ ମାର୍କ ଉଡଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଡେଭିଡ ମଲାନ, ଏଲ୍‌ ଲିଭିଙ୍ଗଷ୍ଟୋନ ଓ ଦ୍ରୁତ ବୋଲର ଆର୍‌ ଟୋପଲିଙ୍କୁ ଦଳରେ ସ୍ଥାନ ମିଳିଛି।

ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଋଷଭ ପନ୍ତ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଶାର୍ଦ୍ଦୁଲ ଠାକୁର, କୃଣାଳ ପାଣ୍ଡ୍ୟା,ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ

Comments are closed.