Odisha Link
Bridging the Missing Links in Odisha

ପର୍ବପର୍ବାଣିରେ ପାଇଁ କଟକଣା ଲାଗାଇଲେ ରାଜ୍ୟ ସରକାର

ଭୁବନେଶ୍ବର: ପୁଣି କାୟା ମେଲାଇ ଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗାମୀ ପର୍ବପର୍ବାଣୀରେ କଟକଣା ଲଗାଇଛନ୍ତି।

ସର୍ବସାଧାରଣ ସ୍ଥାନରେ ଗୁଡ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଦଣ୍ଡ ଯାତ୍ରା, ଝାମୁ ଯାତ୍ରା ଓ ‘ଶ୍ରୀରାମ ନବମୀ ଆଦି ପାଳନ ଉପରେ କଟକଣା ଲଗାଯାଇଛି। ଏହି ପର୍ବ ସମୟରେ ମନ୍ଦିର ଓ ଗୀର୍ଜାରେ ଗହଳି ନ କରିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ପରାମର୍ଶ ଦେଇଛନ୍ତି।

ସ୍ଥାନୀୟ ପରିସ୍ଥିତିକୁ ଦେଖି କେତେ ଶ୍ରଦ୍ଧାଳୁ ମନ୍ଦିର ବା ଗୀର୍ଜା ଯାଇପାରିବେ ତାହା ଜିଲ୍ଲାପାଳ ଏବଂ ପୌର କମିସନର ନିର୍ଦ୍ଧାରଣ କରିବା ସହ ଆବଶ୍ୟକ କଟକଣା ଲଗାଇପାରିବେ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର ସୂଚନା ଦେଇଛନ୍ତି। ତେବେ ମନ୍ଦର ଓ ଗୀର୍ଜାରେ ନୀତି ଅନୁଯାୟୀ ଦେବନୀତି ଅନୁଷ୍ଠିତ ହେବାରେ କୌଣସି ପ୍ରତିବନ୍ଧକ ନାହିଁ। କେନ୍ଦ୍ର ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

Comments are closed.