Odisha Link
Bridging the Missing Links in Odisha

ଭାରତ-ଇଂଲଣ୍ଡ ଦିନିକିଆ ସିରିଜ: ଭାରତରେ ବିଗତ ୩୬ ବର୍ଷ ହେଲା ସିରିଜ ହାରିନି ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା। ପୁଣେରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍। ପ୍ରଥମ ମ୍ୟାଚ୍‌ ଜିତିଥିବା ଟିମ୍‌ ଇଣ୍ଡିଆ ପାଖରେ ରେକର୍ଡର କରିବାର ବଡ଼ ସୁଯୋଗ ରହିଛି। ଭାରତ ମାଟିରେ ଇଂଲଣ୍ଡ ବିପକ୍ଷରେ ଲଗାତାର ୬ଷ୍ଠ ସିରିଜ ଜିତିବାର ସୁଯୋଗ ରହିିଛି। ସବୁଠାରୁ ବଡ଼କଥା ହେଲା ଟିମ୍‌ ଇଣ୍ଡିଆ ନିଜ ମାଟିରେ ବିଗତ ୩୬ ବର୍ଷ ହେଲାଣି ଗୋଟିଏ ବି ଦିନିକିଆ ସିରିଜ ହାରିନି।

ଶେଷଥର ପାଇଁ ଇଂଲଣ୍ଡ ଦଳ ଭାରତରେ ୧୯୮୪-୮୫ ମସିହାରେ ୪-୧ରେ ଦିନିକିଆ ସିରିଜ ହାତେଇଥିଲା। ଏହାପରେ ୧୯୯୨-୯୩ ଓ ୨୦୦୧-୦୨ ରେ ଭାରତରେ ଖେଳାଯାଇଥିବା ୬-୬ ମ୍ୟାଚ୍‌ ବିଶିଷ୍ଟ ସିରିଜ ୩-୩ରେ ବରାବର ହୋଇଥିଲା। ଟିମ୍‌ ଇଣ୍ଡିଆ ୨୦୦୫-୦୬ରେ ୭ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଇଂଲଣ୍ଡକୁ ୫-୧ରେ ମାତ୍‌ ଦେଇ ସିରିଜ ହାତେଇଥିଲା। ଏହାପରେ ଭାରତୀୟ ମାଟିରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଲଗାତାର ୫ଟି ଦିନିକିଆ ସିରିଜରେ ବିଜୟୀ ହୋଇଛି।

୪ବର୍ଷ ପରେେ ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ଦଳ ଭାରତୀୟ ମାଟିରେ ଦିନିିକିଆ ସିରିଜ ଖେଳୁଛନ୍ତି। ଶେଷଥର ପାଇଁ ୨୦୧୭ ମସିହାରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଖେଳାଯାଇଥିଲା। ଯେଉଁଥିରେ ଇଂଲଣ୍ଡ ଦଳକୁ ୨-୧ରେ ମାତ୍‌ ଦେଇ ସିରିଜ ହାତେଇଥିଲା ଇଂଲଣ୍ଡ।

ଭାରତୀୟ ମାଟିରେ ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଏହାପୂର୍ବରୁ ୯ଟି ଦ୍ବିପାକ୍ଷିକ ଦିନିକିଆ ସିରିଜ ଖେଳାସରିଛି। ସେମଧ୍ୟରୁ ଟିମ୍‌ ଇଣ୍ଡିଆ ୬ଟି ସିରିଜ ହାତେଇଥିବା ବେଳେ ଇଂଲଣ୍ଡ ଦଳ ଗୋଟିଏ ସିରିଜ (୧୯୮୪-୮୫)ରେ ବିଜୟୀ ହୋଇଥିଲା। ବାକି ଦୁଇଟି ସିରିଜ ଡ୍ର ରହିଥିଲା।