Odisha Link
Bridging the Missing Links in Odisha

ମାଟ୍ରିକ ପରୀକ୍ଷା : ସ୍କ୍ୱାଡ୍‌ ଗଠନ କଲା ବୋର୍ଡ

କଟକ : ମାଟ୍ରିକ ପରୀକ୍ଷା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ମେ’ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ  ପକ୍ଷରୁ ୨ ପର୍ଯ୍ୟାୟରେ ସ୍କ୍ୱାଡ୍‌ ଗଠନ କରାଯାଇଛି।

୩୨୨୧ଟି ସେଣ୍ଟର ଚୂଡାନ୍ତ ହୋଇଥିବା ପରୀକ୍ଷା ପରିଚାଳନା ବ୍ୟବସ୍ଥା ତଦାରଖ ପାଇଁ ୧୪୦ଟି ସ୍କ୍ୱାଡ୍‌ ଗଠନ କରାଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓଙ୍କ) ସ୍ତରରେ ଗଠିତ ସ୍କ୍ୱାଡ୍‌ରେ ଓଇଏସ୍‌ ଅଫିସର ଏବଂ ବରିଷ୍ଠ ଶିକ୍ଷକଙ୍କ ସମେତ କଲେଜ୍‌ର ବରିଷ୍ଠ ଅଧ୍ୟାପକମାନଙ୍କୁ ନିୟୋଜିତ କରାଯାଇଛି । ଏଥିର ମାଟ୍ରିକ ପରୀକ୍ଷା ମେ’ ୩ ତାରିଖରୁ ଆରମ୍ଭ ହୋଇ ମେ’ ୧୫ ପର୍ଯ୍ୟନ୍ତ ଚାଲିବ ।

ଏହାବ୍ୟତୀତ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ସେଣ୍ଟର୍‌ ପାଇଁ ପର୍ଯ୍ୟବେକ୍ଷକ ନିୟୋଜିତ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି। ଜିଲ୍ଲା ସ୍ତରରେ ପ୍ରତି ସେଣ୍ଟର ପାଇଁ ନିୟୋଜିତ ଥିବା ପର୍ଯ୍ୟବେକ୍ଷକମାନେ ପରୀକ୍ଷା ପରିଚାଳନା ବ୍ୟବସ୍ଥାର ଟିକିନିଖି ଅନୁଧ୍ୟାନ କରିବେ।

ଏପରିକି ସେଣ୍ଟର ଭିତକୁ ପରୀକ୍ଷାର୍ଥୀଙ୍କ ପ୍ରବେଶ, ଯାଞ୍ଚ, ଧାର୍ଯ୍ୟ ସମୟରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯିବା ଏବଂ ପରୀକ୍ଷାର୍ଥୀଙ୍କଠାରୁ ଉତ୍ତର ଖାତା ସଂଗ୍ରହ ପରେ ସୁରକ୍ଷିତ ଢଙ୍ଗରେ ପ୍ୟାକିଙ୍ଗ୍‌ କରାଯାଇ ନୋଡାଲ୍‌ ସେଣ୍ଟରରେ ପହଞ୍ଚାଇବା ଆଦି କାର୍ଯ୍ୟର ତଦାରଖ କରିବା କାର୍ଯ୍ୟ ସେଣ୍ଟର ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି ।

Comments are closed.