ସଚିନ ତେନ୍ଦୁଲକରଙ୍କୁ କରୋନା

ମୁମ୍ବାଇ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ପ୍ରମୁଖ ମହାରାଷ୍ଟ୍ର,ଗୁଜୁରାଟ, କର୍ଣ୍ଣାଟକ ଭଳି ରାଜ୍ୟ ଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ମହାନ୍ କ୍ରିକେଟର ସଚିନ ତେନ୍ଦୁଲକର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସଚିନ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।
ସଚିନ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, କରୋନା ପଜିଟିଭ ଚିହ୍ନଟ ହୋଇଛି। ଏବେ ଆଇସୋଲେସନରେ ରହିଛି। ଡକ୍ଟରଙ୍କ ପରାମର୍ଶ କ୍ରମେ ସମସ୍ତ କାର୍ଯ୍ୟ କରୁଛି। ମୋ ପରିବାର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ବୋଲି ସଚିନ ଟୁଇଟ କରି ସୂଚନା ଦେଇଛନ୍ତି।
ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୨ ହଜାର ୬୪୭ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୧୨ ଲକ୍ଷ ୯୫ ହଜାର ୨୩ରେ ପହଞ୍ଚିଛି । ୫ କୋଟି ୮୧ ଲକ୍ଷ ୯ ହଜାର ୭୭୩ ଜଣ ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।