Odisha Link
Bridging the Missing Links in Odisha

ମାସ୍କ ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ୍

ସମ୍ବଲପୁର: ମାସ୍କ ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା। ଜଣେ ବ୍ୟବସାୟୀଙ୍କୁ ମାସ୍କ ଦେବାକୁ କହି ୨୬ ଲକ୍ଷ ୫୦ ହଜାର ଠକି ଥିବା ସୂଚନା ମିଳିଛି । ସମ୍ବଲପୁରପୁଲିସ ଜଣଙ୍କୁ ଗିରଫ କରିଛି।

ପ୍ରକାଶ ଯେ, ଅଭିଯୁକ୍ତ ଯତୀନ ସେହଗଲକୁ ଜଣେ ବ୍ୟବସାୟୀଙ୍କୁ ମାସ୍କ ଦେବା ନାଁରେ ୫ଟି କିସ୍ତିରେ ୨୬.୫ ଲକ୍ଷ ଠକିଥିଲା । ସେ ଫେସବୁକରେ ଏକ ନକଲି କମ୍ପାନୀ ଖୋଲି ବିଜ୍ଞାପନ ଦେଇ ଠକେଇ କରିଥିବା ଅଭିଯୋଗ ସାମ୍ନାକି ଆସିଛି।

ପୁଲିସ ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରିଛି । ଯତୀନ ଠାରୁ ୧୦ ଲକ୍ଷ ଟଙ୍କା, ଏଟିଏମକାର୍ଡ, ଗାଡି ଜବତ କରାଯାଇଛି ।ଉତରାଂଚଳ ଆଇଜି ନରସିଂହ ଭୋଳ ପ୍ରେସ୍ମିଟରେ ଏନେଇ ସୂଚନା ଦେଇଉଛନ୍ତି।

Comments are closed.