Odisha Link
Bridging the Missing Links in Odisha

ରାଜଧାନୀରେ ସାପ ବିଷ କାରବାର, ୩ ଅଟକ

ଭୁବନେଶ୍ବର: ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ସାପ ବିଷ ଜବତ କଲା ବନବିଭାଗ। ସାପ ବିକ୍ରି କରିବାକୁ ଏହି ରାକେଟ୍ ଯୋଗାଯୋଗ କରୁଥିଲେ। ସେମାନଙ୍କ ସହିତ ଗ୍ରାହକ ଭାବରେ ଯୋଗାଯୋଗ କରିଥିଲେ। ପ୍ରଥମେ ଜୟଦେବ ବିହାର ଅଞ୍ଚଳର ଏହି ସାପ ବିଷ ବିକ୍ରି କରିବାକୁ ଡିଲ୍ ହେଲା। ତାହା ପରେ ଏହି ରାକେଟ୍ ମାଷ୍ଟରକ୍ୟାଂଟିନ୍ ଅଞ୍ଚଳକୁ ଡାକିଥିଲେ।

ଏହି ରାକେଟରେ ଥିଲେ ୭ରୁ ୮ ଜଣ । ବିଭିନ୍ନ ପର୍ଯ୍ୟାୟରେ ଦୁଇ ଦୁଇ ଜଣ କରି ୭ରୁ ୮ ଜଣ ପହଁଚିଥିଲେ । ଏହା ପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ମାର୍କେଟ ବିଲ୍ଡିଂ ନେଇଥିଲେ । ସେଠାକୁ ପହଁଚିଥିଲେ ଦୁଇ ଜଣ । ସେମାନଙ୍କ ମଧ୍ୟରୁ ଜଣେ ଏକ ବ୍ୟାଗ ଧରି ଆସିଥିଲେ।

ତାଙ୍କ ପାଖରେ ଥିବା ସାମଗ୍ରୀ ସାପ ବିଷ କି ନାହିଁ ତାହା ପରୀକ୍ଷା କରିବାକୁ ଏକ ପାଥୋଲାବକୁ ନେଇଥିଲେ। ୟୁନିଟ୍ ୬ ଅଞ୍ଚଳର ପାଥୋଲାବରେ ପହଁଚିବା ପରେ ସେଠାରେ ଏହି ସାପ ବିଷ ରାକେଟକୁ କାବୁ କରିଥିଲା ବନବିଭାଗ।

ଏମାନେ ଓଡ଼ିଶା ବାଦ୍ ଅନ୍ୟ ରାଜ୍ୟରେ ମଧ୍ୟ ବଡ ପରିମାଣର ଟଙ୍କା ନେଇ ଏହି ସାପ ବିଷ ବିକ୍ରି କରୁଥିବା ସୂଚନା ମିଳିଛି। କୋଟିଏ ୩୦ ଲକ୍ଷ ଟଙ୍କାରେ ଏହି ସାପ ବିଷ କିଣିବାକୁ ଡିଲ୍ ହୋଇଥିଲ।। ବନବିଭାଗ ଚଢାଉରେ ୭ରୁ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କର।

Comments are closed.