Odisha Link
Bridging the Missing Links in Odisha

ମମତା ବାନାର୍ଜୀଙ୍କ ମୁଖ୍ୟ ସହଯୋଗୀ ଗିରଫ

କୋଲକାତା : ଭୁବନେଶ୍ବର ରାଜଧାନୀ ଏକ୍ପପ୍ରେସକୁ ହାଇଜାକ୍ କରିବା ଉଦ୍ୟମରେ ଏନଆଇଏ ଜଣଙ୍କୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ସହଯୋଗୀ ଛତ୍ରଧର ମହତୋଙ୍କୁ ଗିରଫ କରାଯାଇଛି।

ପ୍ରକାଶ ଯେ, ଗତ ୨୦୦୯ରେ ଟିଏମସି ନେତା ଛତ୍ରଧର ମହତୋ ଏବଂ ତାଙ୍କ ସହଯୋଗୀ ମାନେ ଗୁଳିଚାଳନା କରି ରାଜଧାନୀ ଏକ୍ସପ୍ରେସକୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ । ମହତୋଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବାର ସୂଚନା ଅଛି ।

ପୂର୍ବରୁ ମଧ୍ୟ ମହତୋ ଅନେକ ଘଟଣାରେ ଗିରଫ ହୋଇ ଜେଲ୍ ଯାଇଥିଲେ । ତେବେ ମହୋତୋ ନାଁରେ ଅନେକ ଦେଶଦ୍ରୋହ ମାମଲା ଦାୟର ହୋଇଛି । ୨୦୧୫ ମେ ରେ ମେଦିନାପୁର ଜିଲ୍ଲା କୋର୍ଟ ମହତୋକୁ ଦୋଷୀ ଦଣ୍ଡ ଦେବା ସହ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।

ଛତ୍ରଧର ବିଧାନସଭା ନିର୍ବାଚନରେ ଟିଏମସି ପାଇଁ ଲଗାତାର ପ୍ରଚାର କରୁଥିଲେ । ଏହାସହ ସେ ମମତା ବାନାର୍ଜୀଙ୍କ କୋର ଷ୍ଟେଟ୍ କମିଟି ସଦସ୍ୟ ବି ରହିଛି । ଆଦିବାସୀ ଇଲାକାରୁ ଆସିଥିବା ମହୋତଙ୍କ ଅନେକ ଦବଦବା ରହିଛି ।

Comments are closed.