Odisha Link
Bridging the Missing Links in Odisha

ହାଇଦର ସହଯୋଗୀ ୟାକୁବ ଖାଁ ଗିରଫ

କଟକ: ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବକୁ ଗିରଫ କରିଛି ପୁଲିସ।ଗତକାଲି ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ୟାକୁବ ଆତ୍ମସମର୍ପଣ କରିଥିଲା। ଆଜି ୟାକୁବ ଖାଁକୁ ଗିରଫ କରିଛି ମଙ୍ଗଳାବାଗ ପୁଲିସ। ହାଇଦାର ମାମଲାର ତଦନ୍ତ ନେଇ ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଥିବା ବେଳେ ଟିମ୍ ସମ୍ପୃକ୍ତ ମାମଲାରେ ୟାକୁବକୁ ଗତକାଲି ପଚରାଉଚରା ପରେ ଆଜି ଗିରଫ କରିଛି।

ଅପରପକ୍ଷରେ SCBରୁ ହାଇଦର ଫେରାର ହେବା ଦିନ କ୍ୟାବିନଟରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମହମ୍ମଦ୍ ମୌସିମ ଏକ ଲିଖିତ ଏତଲା ଥାନାରେ ଦାଏର କରିଛନ୍ତି। ଗତ ୧୦ତାରିଖରେ ହାଇଦର ଫେରାର ହେବା ପରେ ସେହି ଦିନ ରାତିରେ ଦିଆଯାଇଥିବା ଏତଲାରେ କର୍ମଚାରୀ ଜଣକ ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି।

ଏତଲାରେ ଉଲ୍ଲେଖ ରହିଛି, ଫେରାର ଦିନ ହାଇଦରକୁ ଭେଟିବାକୁ ତା’ର ପରିବାର ଓ ସମ୍ପର୍କୀୟ ମାନେ ଆସିଥିଲେ। ଯଥା ପୁଅ, ଭାଇ, ପୁତୁରା,ଶଳା ଓ ସାନ ଜ୍ବାଇଁ ସେଦିନ ଭେଟିବାକୁ ଆସିଥିଲେ। ଠିକ ସେହି ସୟରେ ସଂପର୍କୀୟ ଓ ଅନ୍ୟ ଲୋକମାନେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କନଷ୍ଟେବଳଙ୍କ ଉପରକୁ ଚକ୍ରାନ୍ତ କରି କିଛି ବିଷାକ୍ତ ଜିନିଷ ଉପରକୁ ଫିଙ୍ଗିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ସୁରକ୍ଷାକର୍ମୀ।

Leave A Reply

Your email address will not be published.