Odisha Link
Bridging the Missing Links in Odisha

ଦେଶରେ କରୋନା: ୧.୬୧ ଲକ୍ଷ ଆକ୍ରାନ୍ତ, ୮୭୯ ମୃତ

ନୂଆଦିଲ୍ଲୀ: ପୁଣି ବଢିବାରେ ଲାଗିଛି କରୋନା କାୟା। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହେଇ ବଢୁଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତ ସୃଷ୍ଟି କରିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୬୧,୭୩୬ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୮୭୯ଜଣ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୩୬,୮୯,୪୫୩ରେ ପହଞ୍ଚିଛି। ଏଥିସହ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୭୧,୦୫୮ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୯୭୧୬୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥ ସଂଖ୍ୟା ୧,୨୨,୫୩, ୬୯୭ ପହଞ୍ଚିଛି। ଏବେ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୪,୬୯୮ ପହଞ୍ଚିଛି।

Leave A Reply

Your email address will not be published.