Odisha Link
Bridging the Missing Links in Odisha

ଅକ୍ସିଜେନ ଗାଡ଼ିକୁ ନିର୍ବିଘ୍ନରେ ଛାଡ଼: ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ:  ଦେଶରେ ପୁଣି ବଢ଼ୁଛି କରେନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ କାଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଅକ୍ସିଜେନ ଗାଡ଼ି ଯାଆସ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କଡ଼ା ନିର୍ଦ୍ଦେଶ ଦେଇଛି। ଅକ୍ସିଜେନ ଗାଡ଼ି ଯେମିତି ନିର୍ବିଘ୍ନରେ ଯାଆସ କରିବ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଲାବେଳେ ବାଧା ନଦିଆଯାଉ।

ମେଡିକାଲ ଅକ୍ସିଜେନ ଗାଡିକୁ ମୁକ୍ତ ଅନ୍ତଃରାଜ୍ୟ ଯାଆସ ଅନୁମତି ଦିଆଯାଉ। ଘରୋଇ ଛଡା ଅନ୍ୟ ରାଜ୍ୟକୁ ସପ୍ଲାଇ ଦେବାକୁ ଉତ୍ପାଦକଙ୍କୁ ବାରଣ କରାନଯାଉ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଶିଳ୍ପ ପାଇଁ ଅକ୍ସିଜେନ ଯୋଗାଣ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି।