Odisha Link
Bridging the Missing Links in Odisha

ବେଙ୍ଗଲ ରାଲି ବାତିଲ କଲେ ପ୍ରଧାନମନ୍ତ୍ରୀ

କଲିକତା: ଦେଶରେ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଆଜି ବେଙ୍ଗଲରେ ସମସ୍ତ ନିର୍ବାଚନ ରାଲି ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ। ବିଧାନସଭା ନିର୍ବାଚନ ପାଇଁ ଆଉ ୨ ଟି ପର୍ଯ୍ୟାୟ ବାକିଥିବା ବେଳେ ପ୍ରଧାନମନ୍ତ୍ରୀ ଆଉ ରାଲି କରିବେ ନାହିଁ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।

କରୋନାକୁ ଦୃଷ୍ଟିରେ ରଖି ବାକି ଥିବା ୨ ପର୍ଯ୍ୟାୟ ପାଇଁ ତାଙ୍କର ପଶ୍ଚିମବଙ୍ଗରେ ହେବାକୁ ଥିବା ସମସ୍ତ ଜନସଭା ଓ ରୋଡ ସୋ କୁ ସେ ବାତିଲ କରିଦେଇଛନ୍ତି । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଲିକୁ ବାତିଲ କରିଥିବା ବେଳେ ଏହି ସମୟରେ ସେ କରୋନା ସଂକ୍ରମଣରୁ ଦେଶବାସୀଙ୍କୁ ରକ୍ଷା କରିବାକୁ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ଟ୍ୱିଟରେ ଲେଖିଛନ୍ତି ।

ପ୍ରକାଶ ଯେ, ପଶ୍ଚିମବଙ୍ଗ ବିଧାନସଭା ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ହେଉଛି। ଏହାପରେ ଆହୁରି ୨ ଟି ପର୍ଯ୍ୟାୟ ମତଦାନ ବାକି ରହିଛି । ହେଲେ ନିର୍ବାଚନ ହେବା ପୂର୍ବରୁ ପଶ୍ଚମବଙ୍ଗ ଦଖଲରେପୁରା ଲାଗିପଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା।

ଏହା ସହିତ ବିଜେପିର ମାଳ ମାଳ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ମାନେ ପଶ୍ଚିମବଙ୍ଗରେ ଡେରା ପକାଇଛନ୍ତି। ଅନ୍ୟପଟେ କରୋନା ମହାମାରୀ ବେଳେ ଲକ୍ଷ ଲକ୍ଷ ଲୋକଙ୍କୁ ସାଙ୍ଗରେ ନେଇ ରୋଡ ସୋ ଓ ଜନସଭା କରିବାକୁ ବିରୋଧୀଦଳମାନେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ।

ସେପଟେ ପଶ୍ଚିମବଙ୍ଗରେ ନିର୍ବାଚନୀ ରାଲି ଓ ସଭା ନକରିବାକୁ ପ୍ରଥମେ ବାମଦଳ ଘୋଷଣା କରିଥିଲା। ଏହାପରେ ଟିଏମସି ଓ ଆଜି ପ୍ରଧାନମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି।

Leave A Reply

Your email address will not be published.