Odisha Link
Bridging the Missing Links in Odisha

ପୂରା ଦେଶ ମୋ ପରିବାର: ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ବିଗତ କିଛି ଦିନ ହେବ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ହେଲେ ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ କହି ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏସବୁ ମଧ୍ୟରେ ପରିବାରବାଦ ପ୍ରସଙ୍ଗ ସହ ଇଣ୍ଡି ମେଣ୍ଟକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅବ୍ କି ବାର୍ ଏନ୍‌ଡିଏ ଚାର୍ ସୋ ପାର୍‌, ଏହା ଜାଣି ଇଣ୍ଡି ନେତା ଛାନିଆ। ଇଣ୍ଡି ନେତାଙ୍କ ନିଦ ଉଡ଼ିଯାଇଛି, ମାନସିକ ସନ୍ତୁଳନ ହରାଇ ବସିଲେଣି। ଇଣ୍ଡି ନେତା ମୋଦିକୁ ଗାଳିଦେବା ଆରମ୍ଭ କରି ଦେଇଛନ୍ତି। ମୋ ପରିବାର ବାବଦରେ ପଚାରୁଛନ୍ତି, ମୋ ପରିବାର ନାହିଁ କହୁଛନ୍ତି। ମୋ ପରିବାର କେଉଁଠି ଜାଣିବାକୁ ଚାହୁଁଛନ୍ତି। ମୁଁ ଜଣାଇ ଦେବାକୁ ଚାହୁଁଛି ପୂରା ଦେଶ ମୋ ପରିବାର। ଜୀବନର ପ୍ରତିଟି ମୁହୂର୍ତ୍ତ ମାତୃଶକ୍ତି ପାଇଁ ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

Leave A Reply

Your email address will not be published.