Odisha Link
Bridging the Missing Links in Odisha

କରୋନା: ଦିଲ୍ଲୀକୁ ଅକ୍ସିଜେନ୍‌ ଯୋଗାଇବ ଆର୍‌ଏସ୍‌ପି ଓ ଟାଟା ଷ୍ଟିଲ୍

ଭୁବନେଶ୍ୱର: ଦେଶରେ ଦିନକୁ ଦିନ ଗମ୍ଭୀର ହେଉଛି କରୋନା ସ୍ଥିତି। ରାଜଧାନୀ ଦିଲ୍ଲୀରେ ଦେଖାଦେଇଥିବା ଅକ୍ସିଜେନ୍‌ ଶଙ୍କଟ ଦୂର କରିବ ଓଡ଼ିଶା। ସେଥିପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ(ଆର୍‌ଏସ୍‌ପି) ଓ କଳିଙ୍ଗ ନଗର ଟାଟା ଷ୍ଟିଲ୍‌ ଦିଲ୍ଲୀକୁ ଅକ୍ସିଜେନ୍‌ ଯୋଗାଇବେ।

ଆରଏସପି ଦୈନିକ ୪୦ ମେଟ୍ରିକ ଟନ୍ ଓ ଟାଟା ଷ୍ଟିଲ୍‌ ଦୈନିକ ୩୦ ମେଟ୍ରିକ ଟନ୍ ଅକ୍ସିଜେନ୍‌ ଦେବେ। ଅକ୍ସିଜେନ ପରିବହନ ପାଇଁ ଓଡ଼ିଶା ସରକାର ସହାୟତା ଯୋଗାଇବେ। ଅକ୍ସିଜେନ ପାଇଁ ଷ୍ଟିଲପ୍ଲାଣ୍ଟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ ଦୈନିକ ୨୮ଟି ଷ୍ଟିଲପ୍ଲାଣ୍ଟରୁ ୧୫ଶହ ମେଟ୍ରିକ ଟନ ଅକ୍ସିଜେନ୍ ଦିଆଯାଉଛି।

ମେଡିକାଲ ପାଇଁ ଏବେ ଷ୍ଟିଲପ୍ଲାଣ୍ଟରେ ୩୦ ହଜାର ଟନ ଅକ୍ସିଜେନ୍ ଗଚ୍ଛିତ ଅଛି। କରୋନା ହେବାଠାରୁ ଏଯାବତ ୧.୩ ଲକ୍ଷ ଟନ ଅକ୍ସିଜେନ ଦେଲେଣି ଷ୍ଟିଲ ପ୍ଲାଣ୍ଟ। ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନିର୍ଦ୍ଦେଶରେ ୨୪ ଘଣ୍ଟା ଅକ୍ସିଜେନ ଉତ୍ପାଦନରେ ଲାଗିଛନ୍ତି ଷ୍ଟିଲ ପ୍ଲାଣ୍ଟ।

Leave A Reply

Your email address will not be published.