Odisha Link
Bridging the Missing Links in Odisha

ଜୁଏଲ୍ ଓରାମ୍‌ଙ୍କୁ କରୋନା

ଭୁବନେଶ୍ବର: ସାଂସଦ ଜୁଏଲ୍ ଓରାମ୍‌ଙ୍କୁ କରୋନା। ଜୁଏଲ୍ ଓରାମ୍‌‌ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଯେଉଁମାନେ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ଏବଂ ସାବାଧାତନା ଅବଲମ୍ବନ କରନ୍ତୁ।

ଜୁଏଲ୍ ଓରାମ୍‌ଙ୍କୁ କରୋନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି କହିଛନ୍ତି ଯେ, ସାଂସଦ ଶ୍ରୀ କୋଭିଡ ସଂକ୍ରମିତ ହୋଇଥିବା ଜାଣି ମୁଁ ଚିନ୍ତିତ। ତାଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।