Odisha Link
Bridging the Missing Links in Odisha

ରାଜଧାନୀରୁ ଆଉ ୭୪୫ ଆକ୍ରାନ୍ତଙ୍କ ଚିହ୍ନଟ

ଭୁବନେଶ୍ଵର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରେ ୭୪୫ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୪୭ କେସ୍ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୪୯୮ ରହିଛି।

ଚିହ୍ନଟ ୭୪୫ ସଂକ୍ରମିତଙ୍କ ମଧ୍ୟରୁ ୧୪୭ କେସ୍ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ କେସ୍ ସଂଖ୍ୟା ୪୯୮ ରହିଛି। ଆଜି ପଟିଆରୁ ସର୍ବାଧିକ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ପରି ଓଲ୍‌ଡ ଟାଉନ୍‌ରୁ ୩୩, ଖଣ୍ଡଗିରିରୁ ୩୧, ନୟାପଲ୍ଲୀରୁ ୩୦, ଚନ୍ଦ୍ରଶେଖରପୁରରୁ ୨୧, ଝାରପଡା ଏବଂ ଏମ୍ସ ନଗରରୁ ୧୮ ଲେଖାଏଁ ଓ ମଞ୍ଚେଶ୍ଵରରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ସଂକ୍ରମିତଙ୍କୁ ମିଶାଇ ରାଜଧାନୀ ମହାନଗର ନିଗମରେ ଏ ପର୍ଯ୍ୟନ୍ତ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୯,୨୩୭ ରହିଥିବା ବେଳେ ସକ୍ରିୟ କେସ୍ ସଂଖ୍ୟା ୪୭୬୩ ରହିଛି। ଆଜିର ୩୯୯କୁ ମିଶାଇ ମୋଟ୍ ୩୪,୨୦୨ ସୁସ୍ଥ ହୋଇଛନ୍ତି। କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୧ରେ ରହିଛି। ଏନେଇ ଭୁନବେଶ୍ଵର ମହାନଗର ନିଗମ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Leave A Reply

Your email address will not be published.