Odisha Link
Bridging the Missing Links in Odisha

ଔଷଧ ଦୋକାନରେ ବିକ୍ରି ହେଉଥିଲା ଗୁଟଖା, ସିଗାରେଟ୍: ସିଲ୍ କଲା ପୁଲିସ

ଭଦ୍ରକ: ମେଡିସିନ ଦୋକାନରେ ମେଡିସିନ ସହ ବିକ୍ରି ହେଉଥିଲା ଗୁଟଖା ଓ ସିଗାରେଟ୍। ଆପଣଙ୍କୁ କଥାଟା ବିଶ୍ବାସ ହେଉ ନ ଥାଇପାରେ ମାତ୍ର ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରରେ। ସପ୍ତାହନ୍ତ ସଟଡାଉନରେ ଦୋକାନ ବଜାର ବନ୍ଦ ଥିବାର ସୁଯୋଗ ନେଇ ମେଡିସିନ ଦୋକାନରେ ଚୋରାରେ ବିକ୍ରି ହେଉଥିଲା ଗୁଟଖା ଓ ସିଗାରେଟ୍।

 

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଦିନଦୟାଲ ଔଷଧ ଦୋକାନରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିବା ଖବର ମିଳିବା ପରେ ପୋଲିସ ଓ ପ୍ରଶାସନ ମିଳିତ ଚଢ଼ାଉ କରିଥିଲେ। ଚଢ଼ାଉ କରି ସିଲ୍ କରିବା ସହିତ ୨୫ ହଜାର ଟଙ୍କା ଜୋରମାନ ଓ ମାଲିକ ସହିତ ୨ ଜଣ କର୍ମଚାରୀ ଗିରଫ କରିଛନ୍ତି । ମେଡ଼ିସିନ ଦୋକାନକୁ ୭ ଦିନ ସିଲ କରାଯାଇଛି।

 

ଆଜି ସପ୍ତାହାନ୍ତ ସଟଡାଉନରେ ପ୍ରଶାସନ ଓ ପୋଲିସର ମିଳିତ ଏନଫୋର୍ସମେଣ୍ଟ ବେଳେ ଦୋକାନରେ ସାମାଜିକ ଦୂରତା ଉଲ୍ଲଂଘନ ଓ ନିଶା ସାମଗ୍ରୀ ବିକ୍ରି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ। ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଦିନଦୟାଲ ଭଦ୍ରକ ଉପ ଜିଲ୍ଲାପାଳ ପିତାମ୍ବର ସାମଲ ଓ ଅନ୍ୟ ଅଧିକାରୀଙ୍କ ସହ ଟାଉନ ପୋଲିସ ମେଡିସିନ ଦୋକାନରେ ରେଡ୍ କରିଥିଲେ।ରେଡ୍ ସମୟରେ ଦୋକାନ ଭିତରୁ ଗୁଟଖା, ସିଗାରେଟ୍ ଜବତ ହୋଇଥିଲା।

Leave A Reply

Your email address will not be published.