Odisha Link
Bridging the Missing Links in Odisha

ଚାଞ୍ଚଲ୍ୟକର ଘଟଣା: ମେଡିସିନ୍‌ ଦୋକାନ ଭିତରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଓଏଲ୍‌ ବ୍ୟୁରୋ: ପୁରୀ ଗୋପ ନିକଟରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମେଡିସିନ୍‌ ଦୋକାନ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୋପ ନାଗପୁର ବଜାର ମେଡିସିନ ଦୋକାନରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ସୁଜିତ ସିହ୍ନା। ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବାବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।