Odisha Link
Bridging the Missing Links in Odisha

ଆଜି ବିଶ୍ୱ ଅଣ୍ଡା ଦିବସ; ବାଲୁକା କଳାରେ ପୋଷକ ତତ୍ତ୍ୱର ବାର୍ତ୍ତା

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ୱ ଅଣ୍ଡା ଦିବସ। ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବାଲୁକା କଳା ମାଧ୍ୟମରେ ବାଲୁକା ଶିଳ୍ପୀ ବାର୍ତ୍ତା ଦେଇଛନ୍ତି।

୧୯୯୬ ମସିହାରେରେ ଆନ୍ତର୍ଜାତୀୟ ଅଣ୍ଡା ଆୟୋଗର ଭିଏନା ସମ୍ମିଳନୀରେ ଏହି ଦିନକୁ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା। ସେହି ଦିନ ଠାରୁ ବିଶ୍ୱବାସୀ ଏହି ଦିନକୁ ଅଣ୍ଡା ଦିବସ ଭାବେ ପାଳନ କରି ଆସୁଛନ୍ତି। ଅଣ୍ଡାକୁ ଉଚ୍ଚସ୍ତରୀୟ ପ୍ରୋଟିନ୍‌ ସହିତ ଉତ୍ତମ ଗୁଣ ସମ୍ପନ୍ନଯୁକ୍ତ ହୋଇଥିବାରୁ ଖାଦ୍ୟ ସାରଣୀରେ ସାମିଲ କରିବା ପାଇଁ ଆଜିର ଦିନରେ ଲୋକଙ୍କୁ ପ୍ରୋତ୍ସାହିତ କରାଯାଇଥାଏ।

ଅଣ୍ଡା କମ୍ କ୍ୟାଲୋରୀ, ଉଚ୍ଚମାନର ପ୍ରୋଟିନର ଉତ୍ସ। ପ୍ରୋଟିନ ସହ ଅଣ୍ଡାରେ ଭିଟାମିନ ବି ଏବଂ ଡି ମଧ୍ୟ ରହିଥାଏ। ଖଣିଜ ପଦାର୍ଥର ଏକ ଭଲ ଅଂଶ , ଯାହା ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ଲୋକ କଥା ଅନୁସାରେ, ”ସନଡେ ହୋ ୟା ମନଡେ, ରୋଜ ଖାଓ ଅଣ୍ଡେ”। ଏହାର ଅର୍ଥ, ଅଣ୍ଡା ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ସବୁଠାରୁ ସୁଲଭ ଏବଂ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ମଧ୍ୟରୁ ଗୋଟିଏ ହୋଇଥିବାରୁ, ଅଣ୍ଡା ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ଖିଆଯାଏ।

ଅଣ୍ଡାର ବିଶେଷ ଗୁଣ ଏବଂ ମଣିଷ ପାଇଁ ଏହା କେତେ ଉପକାରୀ, ଏହାର ଉପାଦେୟତାକୁ ପ୍ରଚାର ମାଧ୍ୟମରେ ବୁଝାଇବା ପାଇଁ ଏହି ଦିନ ଚେଷ୍ଟା କରାଯାଇଥାଏ। ଅକ୍ଟୋବର ଦ୍ବିତୀୟ ଶୁକ୍ରବାର ବିଶ୍ବ ଅଣ୍ଡା ଦିବସ ଭାବରେ ପାଳନ କରାଯାଏ। ଏହାର ଉତ୍ପାଦକାରୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ସନ୍ତୁଳିତ ଖାଦ୍ୟର ଏକ ଅଂଶ ଭାବରେ ଅଣ୍ଡା ବ୍ୟବହାରକୁ ପ୍ରୋତ୍ସାହନ ଏବଂ ଲୋକପ୍ରିୟ କରିବା ପାଇଁ ଆଇଇସି ଗଠନ କରାଯାଇଥିଲା।

Leave A Reply

Your email address will not be published.