Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଗିରଫ ହେଲେ ସ୍ୱାସ୍ଥ୍ୟ ସଂଗଠନ ଅଫିସର

ଓଏଲ୍‌ ବ୍ୟୁରୋ: ୫୦ ହଜାର ଲାଞ୍ଚ ନେବା ପଡିଲା ମହଙ୍ଗା। ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଫିସର ରାଜେନ୍ଦ୍ର ପାଣିଗ୍ରାହୀ ଗିରଫ ହୋଇଛନ୍ତି। କୋଭିଡ କ୍ଲିୟରାନ୍ସ ପାଇଁ କ୍ରିଉ ମେମ୍ବରଙ୍କ ଠାରୁ ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଲାଞ୍ଚ ନେଉଥିଲେ। ବର୍ତ୍ତମାନ ସେ ସିବିଆଇ ଜାଲରେ ପଡିଛନ୍ତି। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମାରାଥନ ରେଡ୍‌ ପରେ ଗିରଫ ହୋଇଛନ୍ତି। ଗିରଫ ଡାକ୍ତରଙ୍କୁ ଧରି ଭୁବନେଶ୍ୱର ଆଣିଲା ସିବିଆଇ। ପାରାଦୀପରେ ରେଡ୍‌ ବେଳେ ପ୍ରାୟ କୋଟିଏ ଟଙ୍କା ଜବତ ହୋଇଛି।

କୋଭିଡ କ୍ଲିୟରାନ୍ସ ପାଇଁ କ୍ରିଉ ମେମ୍ବରଙ୍କ ଠାରୁ ୫୦ ହଜାର ଲାଞ୍ଚ ନେଇ ଧରାପଡ଼ିବା ପରେ ସିବିଆଇ ପକ୍ଷରୁ ଚଢ଼ାଉ ଜାରି ରହିଛି। ପାରାଦୀପରେ ଅଫିସ୍ ଓ ଭଡ଼ା ଘର ସହ ବାଲେଶ୍ୱର ଓ କଟକରେ ବି ଚଢ଼ାଉ ହୋଇଥିଲା। ପ୍ରାୟ କୋଟିଏ ଟଙ୍କା ସହ ବିପୁଳ ପରିମାଣର ଡଲାର ମିଳିଥିବା ସୂଚନା ରହିଛି। ବିଦେଶୀ ମଦ ଓ ଦାମୀ ସିଗାରେଟ୍ ମଧ୍ୟ ମିଳିଥିବା ସୂଚନା ରହିଛି। ଏହି ମାମଲାରେ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ସିବିଆଇ ଗିରଫ କରିଛି।

Leave A Reply

Your email address will not be published.