Odisha Link
Bridging the Missing Links in Odisha

ଝାରସୁଗୁଡ଼ାରୁ କୋଲକାତା ଓ ବାଙ୍ଗାଲୋରକୁ ଉଡ଼ିବ ବିମାନ, ସୂଚନା ଦେଲେ ବିମାନ କର୍ତ୍ତୃପକ୍ଷ

ଓଏଲ୍‌ ବ୍ୟୁରୋ: ଝାରସୁଗୁଡାବାସୀଙ୍କ ପାଇଁ ଖୁସିଖବର। ଝାରସୁଗୁଡ଼ାରୁ କୋଲକାତା ଓ ବାଙ୍ଗାଲୋରକୁ ଉଡ଼ିବ ବିମାନ। ନଭେମ୍ବର ୫ରୁ କୋଲକାତା, ୧୫ରୁ ବେଙ୍ଗଳୁରୁକୁ ବିମାନ ଉଡ଼ିବ। ପ୍ରତିଦିନ ଏହି ଦୁଇ ସ୍ଥାନକୁ ବିମାନ ଚଳାଚଳ କରିବ। ଏନେଇ ଝାରସୁଗୁଡ଼ା ବିମାନ କର୍ତ୍ତୃପକ୍ଷ ଏକ୍ସରେ ସୂଚନା ଦେଇଛନ୍ତି।

ତେବେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ୱେବସାଇଟରେ ଟିକେଟ ବୁକିଂ ଆରମ୍ଭ ହୋଇଥିବା ସୂଚନା ରହିଛି।