Odisha Link
Bridging the Missing Links in Odisha

ପୁରୀରେ ହେବ କି ନବୀନ-ମୋଦି ଲଢେଇ! ନେତା ଦେଲେ ଏଭଳି ପ୍ରତିକ୍ରିୟା

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ସାରା ଦେଶର ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ଦେଶର ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେ ପୁରୀରୁ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ତେବେ ଏନେଇ ବିଜେଡି ପ୍ରତିକ୍ରିୟା ରଖିଛି।

ବରିଷ୍ଠ ବିଧାୟକ ବିଜେଡି ଶଶିଭୂଷଣ ବେହେରା କହିଛନ୍ତି, ନବୀନ ପଟ୍ଟନାୟକ ଯେକୌଣସି ସ୍ଥାନ ପାଇଁ ପ୍ରାର୍ଥୀ ହୋଇପାରନ୍ତି। କୌଣସି ଅସୁବିଧା ନାହିଁ, ସେଇଟା ନବୀନ ବାବୁଙ୍କ ନିଜସ୍ୱ ନିଷ୍ପତ୍ତି। ପୁରୀ ଲୋକଙ୍କ ମନରୁ ସ୍ୱତଃ ପ୍ରବୃତ୍ତ ଭାବେ ଏକଥା ଆସିଛି। ନବୀନ ବାବୁ ଲଢ଼ିବେ କି ନ ଲଢ଼ିବେ ତାହା ଭିନ୍ନ କଥା ବୋଲି ସେ କହିଛନ୍ତି।

ପୁରୀରୁ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିବା ଚର୍ଚ୍ଚା ପ୍ରସଙ୍ଗରେ ବରିଷ୍ଠ ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ସେ ଦଳର ସର୍ବଭାରତୀୟ ନେତା ସେ ବିଷୟରେ କହିପାରିବେ। ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେ ଏଭଳି ରାଜନୈତିକ ଚର୍ଚ୍ଚା ଓଡିଶା ରାଜନୀତିକୁ ସରଗରମ କରିଛି। ତେବେ ଆଗାମୀ ଦିନରେ ଦେଖିବାକୁ ବାକି ରହିଲା କେଉଁ ନେତା କେଉଁ ସ୍ଥାନରୁ ନିର୍ବାଚନ ପାଇଁ ଲଢ଼ିବେ।

Leave A Reply

Your email address will not be published.