Odisha Link
Bridging the Missing Links in Odisha

ବେଦବ୍ୟାସ ପୀଠର ହେବ ବିକାଶ, ୧୪କୋଟି ୫୦ଲକ୍ଷ ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରାଉରକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର। ବେଦବ୍ୟାସ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ବେଦବ୍ୟାସ ମନ୍ଦିରର ବିକାଶ ପାଇଁ ୧୪ କୋଟି ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ସୂଚନା ଅନୁସାରେ, ଗତ ଜାନୁଆରୀ ୧୪ ତାରିଖରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବେଦବ୍ୟାସ ମନ୍ଦିର ଗସ୍ତ କରି ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରିଥିଲେ। ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଆଉ କଣ ଆବଶ୍ୟକ ଅଛି ସେନେଇ ଆଲୋଚନା କରିଥିଲେ। ଏ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ଆଧାରରେ ପୁଣି ଟଙ୍କା ମଞ୍ଜୁର କରାଯାଇଛି।

ଏହି ଅର୍ଥରାଶିରେ ବେଦବ୍ୟାସ ତୀର୍ଥସ୍ଥାନ ପରିସରରେ ଥିବା ବିଭିନ୍ନ ମନ୍ଦିରର ଉନ୍ନତିକରଣ ସହ ନୂତନ ମନ୍ଦିର ନିର୍ମାଣ କରାଯିବ। ପୀଠର ବିକାଶ ଜାରି ରହିଥିବାବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଅର୍ଥରାଶି ଦେଇଥିବାରୁ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.