Odisha Link
Bridging the Missing Links in Odisha

ରାଜଧାନୀରେ ମାତିଛନ୍ତି ଲୁଟେରା, ଏଥିରୁ ବାଦ୍ ପଡ଼ିଲେନି ପୂର୍ବତନ ଡିଜିପି

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏଥର ଲୁଟର ଶିକାର ହୋଇଛନ୍ତି ଜଣେ ପୂର୍ବତନ ଡିଜିପି।

ରାଜଧାନୀ ଭୁବନେଶ୍ୱର ଲୁଟେରାଙ୍କ ବିତ୍ପାତ ବଢ଼ିବାରେ ଲାଗିଥିବାବେଳେ ପୂର୍ବତନ ଡିଜିପି ବି.ବି ମିଶ୍ରଙ୍କ ପୁରୁଣା ଭୁବନେଶ୍ୱର ରଥରୋଡ୍‌ ଘରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି। ଘରୁ କିଛି ଟଙ୍କା ଓ ଆସବାବପତ୍ର ଚୋରି ହୋଇଥିବା ଥାନାରେ ଏତଲା ହୋଇଛି। ଘଟଣା ସ୍ଥଳରେ ଲିଙ୍ଗରାଜ ଥାନା ପୁଲିସ ପହଞ୍ଚି ତନାଘନା କରୁଛି।

Leave A Reply

Your email address will not be published.