Odisha Link
Bridging the Missing Links in Odisha

କେନ୍ଦୁଝର ସହରାଞ୍ଚଳରେ ୧୪୪ ଧାରା ଲାଗୁ

କେନ୍ଦୁଝର: କାୟା ମେଲାଉଛି ମହାମାରୀ କରୋନା। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ସହରାଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ସହରାଞ୍ଚଳ ସଂଲଗ୍ନ ପଞ୍ଚାୟତରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି।

ଏଥିସହ ଯେକୌଣସି ସ୍ଥାନରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ବିବାହ, ଅନ୍ତିମ ସଂସ୍କାରରେ ଏକାଠି ହେବାକୁ ପ୍ରଶାସନର ଅନୁମତି ଦରକାର ବୋଲି କହୁଯାଇଛି। ନିୟମ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।