Odisha Link
Bridging the Missing Links in Odisha

ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ୧୪୪ ଧାରା, ଶନିବାର ପଡ଼ିବ ଭୋଟ

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ୨୦୨୪ ମହାଲଢ଼େଇ। ଅନ୍ତିମ ଚରଣ ମତଦାନ ପାଇଁ ଶେଷ ହେଲା ପ୍ରଚାର। ଶନିବାର ପଡ଼ିବ ଭୋଟ। ଓଡ଼ିଶାର ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର। ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ। ଏସବୁ ମଧ୍ୟରେ ନିର୍ବାଚନକୁ ଆଖି ଆଗରେ ରଖି ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ୧୪୪ ଧାରା ଲାଗୁ କରିଛନ୍ତି।

ଭଦ୍ରକ ଜିଲାରେ ୧୪୪ ଧାରା ଲାଗୁ କରାଯିବା ଦ୍ବାରା ୫ଜଣରୁ ଅଧିକ ହେବା, ବୁଲିବା ଏବଂ ପ୍ରଚାର କରିବା ମନା କରାଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲାରେ ୧୪୪ ଧାରା ଲାଗୁ ହୋଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଜିଲ୍ଲାରେ ୧୪୪ ଧାରା ଗୁରୁବାର ସନ୍ଧ୍ୟା ୬ଟାରୁ ଲାଗୁ ହୋଇଛି। ଶନିବାର ଅର୍ଥାତ୍‌ ଜୁନ୍‌ ୧ ତାରିଖ ନିର୍ବାଚନ ଶେଷ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ରହିବ ବୋଲି ଉଲ୍ଲେଖ ରହିଛି।

Leave A Reply

Your email address will not be published.