Odisha Link
Bridging the Missing Links in Odisha

ଚାନ୍ଦବାଲିରେ ରାଜନୈତିକ ହିଂସା, ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର। ହେଲେ ରାଜ୍ୟରେ ଥମୁନାହିଁ ନିର୍ବାଚନ ହିଂସା। ଆଜି ଚାନ୍ଦବାଲିରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଓ ତାଙ୍କ ସହଯୋଗୀଙ୍କୁ ବିଜେଡି କର୍ମୀ ମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋାଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ପ୍ରଚାର ସାରି ଫେରିବାବେଳେ ଶଶିକାଦେଇପୁର ନିକଟରେ ବିଜେପି ଯୁବ ମୋର୍ଚ୍ଚାର ସଭାପତିଙ୍କ ସମେତ ତାଙ୍କ ସହଯୋଗୀଙ୍କୁ କାର୍ଯ୍ୟଙ୍କୁ କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରାଯାଇଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ଅଭିଳାଷଙ୍କ ମୁଣ୍ଡ ଫାଟିଯାଇଛି। ଅଭିଳାଷଙ୍କ ସହଯୋଗୀ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଉଭୟଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣ ଘଟଣାକୁ ନେଇ ବାଂଶଡ଼ା ଥାନାରେ ବିଜେପି କର୍ମୀ ଅଭିଯୋଗ କରିଥିବା ସୂଚନା ମିଳିଛି।

ଅନ୍ୟପଟେ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଆଜି ଆମ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଜିତ ସିଂ, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପାଇକରାୟ ଏବଂ ସୁବ୍ରତ କୁମାର ବିଶ୍ବାଳ ଚାନ୍ଦବାଲି ବିଧାନସଭା ଅନ୍ତର୍ଗତ ଧାମରା ମଣ୍ଡଳରୁ ନିର୍ବାଚନ ପ୍ରଚାର କରି ଫେରିବା ସମୟରେ କରଞ୍ଜମାଳ ପଞ୍ଚାୟତର ଧାନକୁଟା ଗ୍ରାମ ନିକଟରେ ଶାସକ ଦଳର କିଛି କର୍ମୀ ତାଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ। ଏହି ଘଟଣାର ସତ୍ୟାସତ୍ୟ ତଦନ୍ତ କରି ସାଶକ ଦଳର ଅଭିଯୁକ୍ତମାନଙ୍କୁ ଉଚିତ ଦଣ୍ଡ ଦେବା ନିମନ୍ତେ ପ୍ରଶାସନକୁ ଅନୁରୋଧ କରୁଛି ବୋଲି ଶ୍ରୀ ସାମଲ କହିଛନ୍ତି।

Leave A Reply

Your email address will not be published.