Odisha Link
Bridging the Missing Links in Odisha

କୋୱିନ ପୋର୍ଟାଲ ସର୍ଭର ଡାଉନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ପଞ୍ଜିକରଣ। ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ୪୪ ବ୍ୟକ୍ତି ଟିକା ନେବେ। ତେବେ ଟିକାକରଣ କେନ୍ଦ୍ରରେ ହେବାକୁ ଥିବା ଭିଡକୁ ନିୟନ୍ତ୍ରିତ କରିବା ପାଇଁ ସରକାର CoWin ପୋର୍ଟଲରେ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 ଆଜି ଅପରାହ୍ନ ୪ ଟା ସମୟରେ ବହୁ ଲୋକ ଏକ ସମୟରେ CoWin ସର୍ଭରରେ ନାମ ପଞ୍ଜୀକରଣ କରୁଥିବାରୁ ସର୍ଭର ଡାଉନ ହୋଇଯାଇଥିବା ଦେଖିବାକୁ ମିଳିଛି। ପଞ୍ଜୀକରଣ ପାଇଁ ମୋବାଇଲ ନମ୍ବର ଦେବାବେଳେ କୋୱିନ ପୋର୍ଟାଲରେ ସମସ୍ୟା ରହୁଛି। ପୋର୍ଟଲର ସର୍ଭର କ୍ରାସ କରିବା କାରଣରୁ ପଞ୍ଜିକରଣରେ ବ୍ୟାଘାତ ସୃଷ୍ଟି ହୋଇଛି ।

ଯଦି ଆପଣ ଟିକା ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ମୋବାଇଲରେ  cowin ଆପ୍‌ ଖୋଲନ୍ତୁ କିମ୍ବା cowin.gov.in ୱେବସାଇଟ୍‌କୁ ଯାଆନ୍ତୁ କିମ୍ବା www.cowin.gov.in/home ଲିଙ୍କରେ ସିଧାସଳଖ କ୍ଲିକ୍‌ କରନ୍ତୁ। ରେଜିଷ୍ଟର ଉପରେ କ୍ଲିକ୍‌ କରନ୍ତୁ କିମ୍ବା ସାଇନ୍‌ ଇନ୍‌ ବଟନ୍‌ କ୍ଲିକ୍‌ କରନ୍ତୁ। ଆପଣଙ୍କ ମୋବାଇଲ୍‌ ନମ୍ବର ଦିଅନ୍ତୁ। ଆପଣ ଏକ ପିନ୍ ନମ୍ବର ପାଇବେ। ଆପଣଙ୍କ ମୋବାଇଲ୍‌ ନମ୍ବରକୁ ଏକ ବାର୍ତ୍ତା ଆସିବ। ନିର୍ଦ୍ଦିଷ୍ଟ ସ୍ଥାନରେ ଟାଇପ୍‌ କିମ୍ବା କପି କରନ୍ତୁ। ଯାଞ୍ଚ ବଟନ୍‌ ଦବାନ୍ତୁ।

ଏହା ୩ ମିନିଟ୍‌ ପର୍ୟ୍ୟନ୍ତ ସମୟ ନେଇଥାଏ। ଏଥର ପଞ୍ଜୀକରଣ ପୃଷ୍ଠା ଖୋଲିବେ। ସେଠାରେ ଆପଣଙ୍କୁ ଆଧାର ଆଇଡି, ପ୍ୟାନ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦିରେ ବ୍ୟବହାର କରୁଥିବା ଫଟୋ ଆଇଡିର ନମ୍ବର ଦେବାକୁ ପଡିବ। ବୟସ ସହିତ ପୁରୁଷ କି ମହିଳା ନିର୍ଦ୍ଦିଷ୍ଟ ସ୍ଥାନରେ ନାମ ଲେଖିବାକୁ ପଡିବ। ପରେ ରେଜିଷ୍ଟର ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ ଏବଂ ତା’ପରେ ଆକ୍ସନ୍‌ ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ। ଆପଣ ଏକ କ୍ୟାଲେଣ୍ଡର ଦେଖିବେ। ଯଦି ଆପଣ ନିଜ ପସନ୍ଦର ତାରିଖ ଉପରେ କ୍ଲିକ୍‌ କରନ୍ତି, ନିଯୁକ୍ତ ବିକଳ୍ପ ପାଇବେ।

Leave A Reply

Your email address will not be published.