Odisha Link
Bridging the Missing Links in Odisha

ଟିକା ପାଇଁ କୋୱିନ ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ

ଭୁବନେଶ୍ୱର: କରୋନା ଟିକା ପାଇଁ କୋୱିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ। ଡାଟାବେସରେ ପଞ୍ଜିକୃତ ନାଗରିକଙ୍କ ସଂଖ୍ୟା ଦେଖି ସେଣ୍ଟର ହେବ। ସରକାରୀ ମେଡିକାଲରେ ମାଗଣାରେ କୋଭିଡ ଟିକା ମିଳିବ। ବେସରକାରୀ ମେଡିକାଲରେ କେତେ ଟଙ୍କା ହେବ ସେ ନେଇ କେନ୍ଦ୍ର ଜଣାଇବ ବୋଲି ବୋଲି ଏମଇଟି ସିବିକେ ମହାନ୍ତି କହିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟା ରଖି କହିଥିଲେ ଯେ, କରୋନା ବିରୋଧୀ ମୁକାବିଲାରେ ଏହା ନିର୍ଣ୍ଣାୟକ ପଦକ୍ଷେପ ହେବ।

ମାର୍ଚ୍ଚ ୧ରୁ ୧୦ ହଜାର ସରକାରୀ କେନ୍ଦ୍ରରେ ଟିକା ଦିଆଯିବ। ୬୦ ବର୍ଷରୁ ଊଦ୍ଧ୍ୱର୍,ରୋଗାକ୍ରାନ୍ତ ୪୫ ବର୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ଟିକା ଦିଆଯିବ । ୧୦ କୋଟି ଲୋକଙ୍କୁ ମାଗଣା ଟିକାକରଣର ଲାଭ ମିଳିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲୋ ।

Comments are closed.