Odisha Link
Bridging the Missing Links in Odisha

ପୁରୀରେ ହେବ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ଲମ୍ବ ଡିଆଁ ମାରୁଛି ସଂକ୍ରମଙ୍କ ସଂଖ୍ୟା। ଆଜି ୮୦୦୦ ପାର କରିଛି ଦୈନିକ ସଂକ୍ରମଣ। ଏହାରି ଭିତରେ ପିପିପି ମୋଡରେ ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ କରାଯିବ। ହସ୍ପିଟାଲ ନିର୍ମାଣ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଭୁବନେଶ୍ୱରସ୍ଥ ସମ ହସ୍ପିଟାଲ ଏହାର ପରିଚାଳନା କରିବ। ଏଥିରେ ୪୦ଟି ଆଇସିୟୁ ସହ ୪ଟି ଭେଣ୍ଟିଲେଟର ବ୍ୟବସ୍ଥା ରହିବ ବୋଲି ସେ କହିଛନ୍ତି। ଏହାଛଡ଼ା ୨୩ ତାରିଖରୁ ଆରଟି-ପିସିଆର ଟେଷ୍ଟିଂ ଅଚଳ ଥିବା ଜିଲ୍ଲାପାଳ କହିଛନ୍ତି।

ଆରଟି-ପିସିଆର ଟେଷ୍ଟିଂ ସେଣ୍ଟରରେ ତ୍ରୁଟି ଯୋଗୁଁ ଅଚଳ ଥିବା ଜିଲ୍ଲାପାଳ କହିଛନ୍ତି। ତେବେ ଜିଲ୍ଲାରେ ଆଣ୍ଟିଜେନ ଟେଷ୍ଟ ବଢାଇଛୁ। ଲକ୍ଷଣ ଥିଲେ ହସ୍ପିଟାଲରେ ଭର୍ତ୍ତି କରୁଛୁ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।