Odisha Link
Bridging the Missing Links in Odisha

ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ିଚାଲିଛି କରେନା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏମବିବିଏସ୍ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଆସନ୍ତା ୩୦ ତାରିଖରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦ୍ୱିତୀୟ ଏମବିବିଏସ୍ ପରୀକ୍ଷା ହେବାର ଥିଲା।

ତେବେ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖିଥିଲେ। ଏ ସମ୍ପର୍କରେ ନିର୍ଦ୍ଦେଶ ପାଇବା ପରେ ପରୀକ୍ଷା ସ୍ଥଗିତ ରଖାଯାଇଛି ବୋଲି ଉକ୍ରଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ଶରତ ଚନ୍ଦ୍ର ମାଝି ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଗତ ୨୬ ତାରିଖରୁ ବିଏଏମଏସ (ବାଚଲର ଅଫ୍ ଆୟୁର୍ବେଦିକ ମେଡିସିନ ଆଣ୍ଡ ସର୍ଜରୀ) ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତା ମେ ୩ରୁ ଡକ୍ଟର ଅଫ୍ ମେଡିସିନ (ଏମଡି) ଓ ଡକ୍ଟର ଅଫ୍ ସର୍ଜରୀ (ଏମଏସ) ପରୀକ୍ଷା ନେଇ ସୂଚୀ ପ୍ରକାଶ କରାଯାଇଥିଲା।

ଏହାକୁ ନେଇ ଛାତ୍ରଛାତ୍ରୀ ଆଶଙ୍କାରେ ରହିଥିଲେ। ଏମ୍ସ କର୍ତ୍ତୃପକ୍ଷ ମେରେ ହେବାକୁ ଥିବା ଏମବିବିଏସ ସପ୍ଲିମେଣ୍ଟ ପରୀକ୍ଷା ବାତିଲ କରିଛନ୍ତି। ମାତ୍ର କରୋନାରେ ଉକ୍ରଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା କରାଉଥିବାରୁ ଏହାର ପୁନର୍ବିଚାର କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

Leave A Reply

Your email address will not be published.