Odisha Link
Bridging the Missing Links in Odisha

ଭଲ ହେବ ମରିଯାଅ: ଏଭଳି କହି କ୍ଷମାମାଗିଲେ ମନ୍ତ୍ରୀ

ଲକ୍‌ଡାଉନ୍‌କୁ ନଜରରେ ରଖି ମେ' ଓ ଜୁନରେ କେନ୍ଦ୍ର ସରକାର ୫ କିଲୋ ଚାଉଳ ଦେବେ। ଏହି କଥା ଶୁଣି ଇଶ୍ବର କହିଥିଲେ ଯେ,

ବେଙ୍ଗାଲୁରୁ: ସାରା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଦେଶରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଭଳି କଟକଣା ଲଗାଉଛନ୍ତି ସରକାର। ଏସବୁ ମଧ୍ୟରେ କର୍ଣ୍ଣାଟକର କରୋନା ମାମଲା ବଢ଼ିବାର ଲାଗିଛି। ଯାହାକୁ ନଜରରେ ରଖି ୨ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିସାରିଛନ୍ତି ସରକାର। କରୋନା କାଳରେ କର୍ଣ୍ଣାଟକର ଖାଦ୍ୟ ଯୋଗାଣ ମନ୍ତ୍ରୀ ଉମେଶ କଟି ବିବାଦୀୟ ବୟାନ୍‌ ଦେଇ ଏବେ ଚର୍ଚ୍ଚାରେ।

ନିକଟରେ କୃଷକମାନେ ପିଡିଏସ୍‌ରେ ଅଧିକ ଚାଉଳ ଦିଆଯାଉ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ହେଲେ ମନ୍ତ୍ରୀ କହିଥିଲେ ଯେ, ସବୁଠୁ ଭଲ ହେବ ତମେ ମରିଯାଅ। ବିଭାଗୀୟ ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ କର୍ଣ୍ଣାଟକରେ ଉଷ୍ମ ହୋଇ ଉଠିଛି ରାଜନୀତି। ବିରୋଧୀ ଦଳ ମନ୍ତ୍ରୀଙ୍କ ଏଭଳି ବୟାନକୁ ଟାର୍ଗେଟ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ତାଙ୍କୁ ତାଗିଦ କରିିଛନ୍ତି। ବିବାଦ ହେବା ପରେ ମନ୍ତ୍ରୀ କଟି କ୍ଷମା ମାଗିଛନ୍ତି।

ସୂଚନାଯୋଗ୍ୟ, କର୍ଣ୍ଣାଟକର ଗଡଗର ଜଣେ କୃଷକ ଇଶ୍ବର ବୁଧବାର ଦିନ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଫୋନ୍‌ କରିଥିଲେ। ସେ ମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇ କହିଥିଲେ ଯେ, ମାସକୁ ଦୁଇ କିଲେ ଚାଉଳ ସାହାରାରେ କିଏ ବା କେମିତି ବଞ୍ଚି ପାରିବ। ଏବେ ଲକ୍‌ଡାଉନ୍‌ କାରଣରୁ ହଜାର ହଜାର ଲୋକ ବେରୋଜଗାର ହୋଇଗଲେଣି।

ଈଶ୍ବରଙ୍କ କଥାର ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଥିଲେ ଯେ, ଲକ୍‌ଡାଉନ୍‌କୁ ନଜରରେ ରଖି ମେ’ ଓ ଜୁନରେ କେନ୍ଦ୍ର ସରକାର ୫ କିଲୋ ଚାଉଳ ଦେବେ। ଏହି କଥା ଶୁଣି ଇଶ୍ବର କହିଥିଲେ ଯେ, କ’ଣ ସେ ପର୍ଯ୍ୟନ୍ତ ଉପାସ ରହିବେ ନା ମରିଯିବେ। ଏହାର ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଥିଲେ ଯେ, ଭଲ ହେବ ମରିଗଲେ। ଭଲ ହେବ କି ଆପଣ ଚାଉଳ ବେପାର କରିବା ବନ୍ଦ କରିଦିଅ। ମୋତେ ଆଉ ଫୋନ୍‌ କରିବନି। ଯାହାକୁ ନେଇ ରାଜନୀତି ଜୋର ଧରିଥିଲା।

Leave A Reply

Your email address will not be published.