Odisha Link
Bridging the Missing Links in Odisha

କମିଲା କୋଭାକ୍ସିନ ଦର

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ଭିତରେ ଲୋକଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ମହାମାରୀ ସମୟରେ ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଥିବା କରୋନା ଟିକା ‘କୋଭାକ୍ସିନ୍‌’ ଦର ହ୍ରାସ କରାଯାଇଛି। ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ୍‌ ପକ୍ଷରୁ ‘କୋଭାକ୍ସିନ୍‌’ର ଦର ହ୍ରାସ ନେଇ ବିଜ୍ଞପ୍ତିି ଜାରି ହୋଇଛି।

ଏଣିକି ରାଜ୍ୟ ସରକାରଙ୍କୁ କୋଭାକ୍ସିନ୍‌ ଟିକାର ଡୋଜ୍‌ ପିଛା ୪୦୦ଟଙ୍କାରେ ଦେବା ପାଇଁ ଭାରତ ବାୟୋଟେକ୍‌ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ଭାରତ ବାୟୋଟେକ୍‌ ପକ୍ଷରୁ ରାଜ୍ୟଗୁଡ଼ିକ ପାଇଁ କୋଭାକ୍ସିନ୍‌ ଟିକାର ପ୍ରତି ଡୋଜ୍‌ ପିଛା ୬୦୦ଟଙ୍କା ଧାର୍ଯ୍ୟ ହୋଇଥିଲା। ହେଲେ ଏବେ ଏହାକୁ ଡୋଜ୍‌ ପିଛା ୪୦୦ ଟଙ୍କାକୁ ହ୍ରାସ କରାଯାଇଛି।

ଏହାର ଅର୍ଥ ରାଜ୍ୟ ସରକାରମାନେ ଭାରତ ବାୟୋଟେକ୍‌ରୁ ଡୋଜ ପିଛା ୪୦୦ ଟଙ୍କା ଦେଇ କୋଭାକ୍ସିନ୍‌ ଟିକା ସିଧାସଳଖ କିଣିପାରିବେ। ତେବେ ଘରୋଇ ସଂସ୍ଥା ଓ ଘରୋଇ ହସ୍ପିଟାଲ ଗୁଡ଼ିକ ପୂର୍ବଭଳି ୧୨ଶହ ଟଙ୍କାରେ ଟିକାର ଡୋଜ୍‌ ଗୁଡ଼ିକ କିଣିବେ। ଏସମ୍ପର୍କରେ ଆଜି ଭାରତ ବାୟୋଟେକ ଏକ ବିବୃତି ଜାରି କରି ସୂଚନା ଦେଇଛି।

ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କୋଭିସିଲ୍ଡ ଟିକାର ଦାମ ହ୍ରାସ କରିଥିବା ବେଳେ ଆଜି କୋଭାକ୍ସିନ ଟିକା ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ ସମାନ ପଦକ୍ଷେପ ନେଇଛି।

Leave A Reply

Your email address will not be published.