Odisha Link
Bridging the Missing Links in Odisha

ପୁଲିସ ବାବୁଙ୍କ ପରକୀୟା ପ୍ରୀତି: ଭିଡିଓ ଭାଇରାଲ୍, ପତ୍ନୀ ମହିଳା କମିଶନ୍ ଦ୍ୱାରସ୍ଥ

ଅପରପକ୍ଷେ ପତ୍ନୀ ସ୍ଵାମୀଙ୍କ ପରକୀୟା ପ୍ରୀତି ସାଙ୍ଗକୁ ଅବୈଧ ସଂପର୍କ ନେଇ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଯାହାଫଳରେ ରାଜ୍ୟର ଦୁଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ପ୍ରେମ କାହାଣୀ ଏବେ ବେଶ ଚର୍ଚ୍ଚାରେ। ଏପରିକି ଅଧିକାରୀଙ୍କ ପ୍ରେମ କାହାଣୀ ଦାଣ୍ଡରେ ପଡ଼ି ହାତରେ ଗଡ଼ିବାରେ ଲାଗିଛି।

ଭୁବନେଶ୍ବର: ବାହାଘରକୁ ୧୭ ବର୍ଷ ହେଲାଣି। ଘରେ ସ୍ତ୍ରୀ ଓ ପୁଅ ବି ଅଛନ୍ତି। ହେଲେ ପରକୀୟା ପ୍ରୀତିରେ ଉବୁଟୁୁବୁ ପୁଲିସ ବାବୁ। ନିଜ ପରିବାର ଥାଉ ଥାଉ ବିଭାଗର ମହିଳା ଇନ୍ସପେକ୍ଟରଙ୍କ ପ୍ରେମରେ ଭାସୁଛନ୍ତି ମହାଶୟ। ପ୍ରେମରେ ଏତେ ମୁତଆଲା ହୋଇ ଯାଇଛନ୍ତି ଯେ, ସ୍ତ୍ରୀଙ୍କଠୁ ଅଲଗା ହେବାକୁ କୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି। ଅପରପକ୍ଷେ ପତ୍ନୀ ସ୍ଵାମୀଙ୍କ ପରକୀୟା ପ୍ରୀତି ସାଙ୍ଗକୁ ଅବୈଧ ସଂପର୍କ ନେଇ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଯାହାଫଳରେ ରାଜ୍ୟର ଦୁଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ପ୍ରେମ କାହାଣୀ ଏବେ ବେଶ ଚର୍ଚ୍ଚାରେ। ଏପରିକି ଅଧିକାରୀଙ୍କ ପ୍ରେମ କାହାଣୀ ଦାଣ୍ଡରେ ପଡ଼ି ହାତରେ ଗଡ଼ିବାରେ ଲାଗିଛି।

ବର୍ତ୍ତମାନ ଅନୁଗୁଳ ଏସ୍‌ଡିପିଓ ଥିବା ଅଶ୍ବିନୀ କୁମାର ସାହୁଙ୍କ ନାମରେ ତାଙ୍କ ପତ୍ନୀ ମମତା ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ ଜଣେ ମହିଳା ଇନ୍ସପେକ୍ଟରଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ କରିଛନ୍ତି ପତ୍ନୀ ମମତା। ଏହି ଅଭିଯୋଗକୁ ପୁଷ୍ଟି କରୁଛି ଅଶ୍ୱିନୀ ଓ ମହିଳା ଆଇଆଇସିଙ୍କ ରୋମନ୍ସର ଏକ ଭାଇରାଲ୍ ଭିଡିଓ। ପ୍ରାୟ ଦେଢ଼ ମିନିଟର ଏହି ଭିଡିଓ ଏବେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହି ଭିଡିଓ କିଏ ରେକର୍ଡିଂ କରିଛି ଓ କିଏ ଭାଇରାଲ୍ କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ସୋସିଆଲ ମହିଆରେ ଭିଡିଓ ଭାଇରାଲ ପରେ ଅଶ୍ବିନୀଙ୍କ ପତ୍ନୀ ମମତା ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ୨୦୦୪ ମସିହାରେ ତାଙ୍କର ବିବାହ ଅଶ୍ବିନୀଙ୍କ ସହ ହୋଇଥିଲା। ବିବାହର ୭ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ୨୦୧୧ ମସିହାରେ ଯାଜପୁର ଟାଉନ ଥାନାରେ ଅଶ୍ୱିନୀଙ୍କ ପୋଷ୍ଟିଂ ପରେ ବୈବାହିକ ସମ୍ପର୍କରେ ତିକ୍ତତା ଆସିଥିଲା। ସେତେବେଳେ ଥାନାରେ କାର୍ଯ୍ୟରତ ତତ୍କାଳୀନ ମହିଳା ସବ୍‌ଇନ୍ସପେକ୍ଟର(ଏବେ ଇନ୍ସପେକ୍ଟର)ଙ୍କ ସହ ଅଶ୍ୱିନୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଧୀରେ ଧୀରେ ଏହି ପ୍ରେମ ସମ୍ପର୍କକୁ ନେଇ ପୁଲିସ ମହଲରେ ଆଲୋଚନା ହେବା ପରେ ମମତା ମଧ୍ୟ ଜାଣିବକୁ ପାଇଥିଲେ। ସେ ଏ ନେଇ ଆପତ୍ତି ଉଠାଇବା ସହ ସ୍ବାମୀ ଅଶ୍ବିନୀଙ୍କୁ ଏଥିପାଇଁ ବାରଣ କରିଥିଲେ। ହେଲେ ଏହାକୁ ପ୍ରଫେସନାଲ ସଂପର୍କ କହି ଅଶ୍ବିନୀ କଥାକୁ ଏଡାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ମମତା।

ଏପରିକି ଘରେ କେହି ନଥିବା ସମୟରେ ଅଶ୍ବିନୀ ସଂପୃକ୍ତ ମହିଳା ସବ୍‌ ଇନ୍ସପେକ୍ଟରଙ୍କୁ ସରକାରୀ କ୍ବାର୍ଟସ୍‌କୁ ଆଣି ୩-୪ ଦିନ ଯାଏଁ ଏକାଠି ରୁହନ୍ତି। ଏପରିକି ଉଭୟଙ୍କ ରୋମାନ୍ସ ସମୟର ଭିଡିଓ ମଧ୍ୟ କରିଛନ୍ତି। ଏ ସବୁକୁ ବିରୋଧ କରିବାରୁ ବର୍ଦ୍ଦିର ଭୟ ଦେଖାନ୍ତି। ଏପିରିକି ଏକାଧିକ ଥର ମାଡ଼ ମଧ୍ୟ ମାରିଥିବାର ଅଭିଯୋଗ ଆଣିଛନ୍ତି ମମତା।

ମମତା ଆହୁରି କହିଛନ୍ତି ଯେ, ମମତ‌ା କହିଛନ୍ତ, ‌‌’ସେ ମୋ ଅଜାଣତରେ କୋର୍ଟରେ ଛାଡ଼ପତ୍ର ଫାଇଲ କରିଛନ୍ତି। ଏହାକୁ ମୁଁ କେବେ ବି ଚାହୁଁ ନ ଥିଲି। କାରଣ ମୋ ପୁଅ ଏବେ ବଡ଼ ହୋଇଗଲାଣି।’ ତେଣୁ ଅଶ୍ୱିନୀ ଘରକୁ ଫେରି ଆସନ୍ତୁ ବୋଲି ଅନୁରୋଧ କରିଛନ୍ତି ମମତା । ଏଥିପାଇଁ ସେ ପୋଲିସ ଡିଜି, ମହିଳା କମିସନଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ହେଲେ ଇତିମଧ୍ୟରେ ଗୋଟିଏ ମାସ ବିତି ଯାଇଥିଲେ ବି ଏଯାଏ ତାଙ୍କୁ ନ୍ୟାୟ ମିଳି ନଥିବା ଅଭିଯୋଗ କରିଛନ୍ତି ମମତା।

Leave A Reply

Your email address will not be published.