Odisha Link
Bridging the Missing Links in Odisha

ଚାକିରି ଉପରେ କରୋନା ମାଡ଼, ବୃଦ୍ଧି ପାଉଛି ବେକାରୀ ହାର

ମାର୍ଚ୍ଚ ତୁଳନାରେ ଏପ୍ରିଲରେ ଆମ ଦେଶରେ ୭୫ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଏହି କାରଣରୁ ବେକାରୀ ହାର ବୃଦ୍ଧି ପାଇଛି।

ନୂଆଦିଲ୍ଲୀ: କରୋନା କରାଳ ରୂପରେ ସାରା ଦେଶ। କରୋନାର ଦ୍ବିତୀୟ ଲହରରେ ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏପରିକି କିଛି ରଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସଙ୍ଗୀନ। ଯାହାକୁ ନଜରରେ ରଖି ରାଜ୍ୟ ସରକାର ମାନେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଭଳି କଟକଣା ଲାଗୁ କରିଛନ୍ତି। ଏସବୁ ମଧ୍ୟରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କ ନିଦ ହଜାଇଦେବ। କରୋନାର ଦ୍ବିତୀୟ ଲହର ଯୋଗୁଁ ଦେଶରେ ପ୍ରାୟ ୭୫ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇଛନ୍ତି। ଏନେଇ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ସୂଚନା ଦେଇଛି।

ଉଗଓର ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି ଯେ, ଆଗାମୀ ଦିନରେ ଦେଶରେ ନିଯୁକ୍ତିକୁ ନେଇ ଚ୍ୟାଲେଞ୍ଜ ସୃଷ୍ଟି ହେବ। ମାର୍ଚ୍ଚ ତୁଳନାରେ ଏପ୍ରିଲରେ ଆମ ଦେଶରେ ୭୫ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଏହି କାରଣରୁ ବେକାରୀ ହାର ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କ ଆକଳନ ଅନୁଯାୟୀ ଜାତୀୟ ବେକାରୀ ହାର ୭.୯୭ ପ୍ରତିଶତରେ ପହଞ୍ଚିଛି। ସହରାଞ୍ଚଳରେ ବେକାରୀ ହାର ୯.୭୮ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ଏହା ୭.୧୩ ପ୍ରତିଶତ ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ଏହାପୂର୍ବରୁ ମାର୍ଚ୍ଚରେ ଜାତୀୟ ବେକାରୀ ହାର ୬.୫୦ ପ୍ରତିଶତ ଥିଲା ଏବଂ ଏହି ହାର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଅପେକ୍ଷାକୃତ କମ୍ ଥିଲା। କରୋନା ମାମଲା ବୃଦ୍ଧି ପାଇବାରୁ ଅନେକ ରାଜ୍ୟ ‘ଲକଡାଉନ୍’ ଭଳି ପ୍ରତିବନ୍ଧକ ଲଗାଇଛନ୍ତି। ଫଳସ୍ୱରୂପ ଚାକିରି ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି।

Leave A Reply

Your email address will not be published.