Odisha Link
Bridging the Missing Links in Odisha

ଲକ୍‌ଡାଉନ୍‌ରେ ବି ମିଳିବ ମଦ

ଯଦି ଅନଲାଇନ୍‌ ବ୍ୟବସାୟ ପାଇଁ ଅନୁମତି ମିଳେ ତେବେ ମଦ କିରିଲେ ଡେଲିଭରୀ ଚାର୍ଜ ଦେବାକୁ ପଡ଼ିବ। ଏଥିସହିତ ଡେଲିଭରୀ ଚାର୍ଜ ବାବଦକୁ ୧୦୦ରୁ ୩୦୦ ଟଙ୍କା ମଧ୍ୟରେ ଦେବାକୁ ପଡ଼ିବ ବୋଲି ଅଧିକାରୀ ଜଣକ କହିଛନ୍ତି। 

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ରାଜ୍ୟ ସରକାର କାଲିଠୁ ମେ’ ୧୯ ତାରିଖ ଯାଏଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ନଜରରେ ରଖି ଲକ୍‌ଡାଉନ୍ ସମୟରେ ଅନ୍‌ଲାଇନ୍‌ରେ ଗ୍ରାହକ କେମିତି ଘର ବସି ମଦ ପାଇ ପାରିବେ ସେ ଅବକାରୀ ବିଭାଗ ତିଆରି କରୁଛି ବ୍ଲ୍ୟୁ-ପ୍ରିଣ୍ଟ୍‌ । ଏନେଇ ଅବକାରୀ କମିଶନଙ୍କ ଅଧକ୍ଷତାରେ ଏକ ବୈଠକ ବସିଥିଲା। ତେବେ ଅନ୍‌ଲାଇନ୍‌ରେ ବିକ୍ରି ହେବ କି ନାଁ ମଙ୍ଗଳବାର ସନ୍ଧ୍ୟା ଭିତରେ ଅବଗତ କାରାଇବ ବିଭାଗ ବୋଲି ସୂଚନା ରହିଛି।

ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି ଅନଲାଇନ୍‌ ବ୍ୟବସାୟ ପାଇଁ ଅନୁମତି ମିଳେ ତେବେ ମଦ କିରିଲେ ଡେଲିଭରୀ ଚାର୍ଜ ଦେବାକୁ ପଡ଼ିବ। ଏଥିସହିତ ଡେଲିଭରୀ ଚାର୍ଜ ବାବଦକୁ ୧୦୦ରୁ ୩୦୦ ଟଙ୍କା ମଧ୍ୟରେ ଦେବାକୁ ପଡ଼ିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ଅନ୍ୟପଟେ, ଲକଡାଉନ ପୂର୍ବରୁ ସହରର ବିଭିନ୍ନ ମଦ ଦୋକାନ ସମ୍ମୁଖରେ ଲମ୍ବା ଲାଇନ୍‌ ଲାଗିଥିବା ଦେଖାଯାଇଥିଲା । ଗ୍ରାହକମାନେ ପେଟି ପେଟି ମଦ ବୋହି ନେଇ ଯାଇଥିଲେ । ମଦ କିଣିଲାବେଳେ ଭୁଲି ଯାଇଥିଲେ ସାମାଜିକ ଦୂରତା । ଅନେକ ଲୋକ ତ ମାସ୍କ ନାକ ତଳେ ଥିଲ । କିଛି ଦୋକାନୀ ଚଢ଼ା ଦରରେ ମଦ ବିକ୍ରି କରୁଥିଲେ ।

Leave A Reply

Your email address will not be published.