Odisha Link
Bridging the Missing Links in Odisha

କାଲିଠୁୁ ସାରା ରାଜ୍ୟରେ ଲକ୍‌ଡାଉନ୍: କ’ଣ ବନ୍ଦ, କ’ଣ ଖୋଲା ରହିବ ଜାଣନ୍ତୁ…

ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ।

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଲଗାଇଛନ୍ତି ଅନେକ କଟକଣା। ହେଲେ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇନାହିଁ କଟକଣା। ଯାହାକୁ ନଜରରରେ ରଖି ରବିବାର ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜ୍ୟରେ ୧୪ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରିଥିଲେ। ଏହା କାଲିଠୁ ମେ’ ୧୯ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ।

ରବିବାର ଦିନ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍‌ କରାଇଥିଲା ଯେ, ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ।ସ୍ବାସ୍ଥ୍ୟ ସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ ବୋଲି ସୂଚନା ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା

ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ୍‌ କଟକଣା ମଧ୍ୟରେ କ’ଣ ଖୋଲା ଓ କ’ଣ ବନ୍ଦ ରହିବ ଜାଣନ୍ତୁ।

ବନ୍ଦ:
– ଲକ୍‌ଡାଉନ୍ ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ ଚାଲିବନି
– କେବଳ ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଆତଯାତ ମନା
– ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ବନ୍ଦ ରହିବ
– ପ୍ରଦର୍ଶନୀ, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ
– ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ
– ସିନେମା ହଲ୍, ମଲ୍‌ ମାର୍କେଟ କଂପ୍ଲେକ୍ସ, ଜିମ୍‌ ବନ୍ଦ ରହିବ
– ଯାତ୍ରା, ଅପେରା, ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ
– ସେଲୁନ୍‌, ପାର୍ଲର, ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ
– ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ
– ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ବିବାହ ଆୟୋଜନ ହୋଇ
ପାରିବ
– ବିବାହରେ ୫୦ ଓ ଶୁଦ୍ଧିକାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି
– ସାପ୍ତାହିକ ଏବଂ ଦୈନିକ ହାଟ ବନ୍ଦ

ଖୋଲା:
– ଲକ୍‌ଡାଉନ୍‌ ବେଳେ ଜରୁରୀ ସେବା ଚାଲୁ ରଖିବାକୁ ଅନୁମତି
– ହସ୍ପିଟାଲ, ନର୍ସିଂହୋମ୍, ଔଷଧ ଦୋକାନ ଖୋଲା ରହିବ
– ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ଖୋଲା ରହିବ
– ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ ଖୋଲା ରହିବ
– ସୋମବାରରୁ ଶୁକ୍ରବାର ସକାଳ ୬ରୁ ଦିନ ୧୨ ଯାଏ ଏସବୁ ଖୋଲା
– ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇ ପାରିବେ
– ଫ୍ଲିପ୍‌କାର୍ଟ, ଆମଜନ, ଜୋମାଟୋ ଆଦି ଡେଲିଭରି ବୟଙ୍କୁ ଅନୁମତି
– ଛାପା, ବୈଦ୍ୟୁତିକ ଗଣମାଧ୍ୟମ, ଓ୍ବେବ ମିଡିଆକୁ ଅନୁମତି
– ପେଟ୍ରୋଲ ପମ୍ପ୍, ରନ୍ଧନ ଗ୍ୟାସ୍‌ ଯୋଗାଣକୁ ଅନୁମତି

Leave A Reply

Your email address will not be published.