ଦେଶରେ କରୋନା: ୨୪ ଘଣ୍ଟାରେ ୩୭୮୦ ମୃତ
ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଯାହା ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟାରେ ୩ହଜାର ୭୮୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଦେଶରେ ୨୪ ଘଣ୍ଟା ମଧ୍ୟରେ ୩, ୮୨,୩୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ କରୋନାଜନିତ ମୃତୁ୍ୟ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮କୁ ବୃଦ୍ଧି ପାଇଛି।
ଦେଶରେ ଏବେ ଆକ୍ଟିଭ କେସ ୩୪,୮୭,୨୨୯ ଥିବାବେଳେ ୧,୬୯,୫୧,୭୩୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ କରୋନାକୁ ମାତ ଦେବା ପାଇଁ ଦେଶରେ ଏବେ ଟିକାକରଣ ଅଭିଯାନ ଜାରି ରହିଛି। ଏଯାବତ ୧୬କୋଟି ୪ଲକ୍ଷ ୯୪ ହଜାର ୧୮୮ ଡୋଜ ଟିକାକରଣ କରାଯାଇଛି।