Odisha Link
Bridging the Missing Links in Odisha

ବଢ଼ିଲା ତୈଳ ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ଲଗାତର ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ବୁଧବାର ତେଲ କମ୍ପାନୀ ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି କରିଛନ୍ତି।

ଗତକାଲି ମଙ୍ଗଳବାର ପେଟ୍ରୋଲ ୧୫ ପଇସା ଏବଂ ଡିଜେଲରେ ୧୬ ପଇସା ବୃଦ୍ଧି ପାଇଥିଲା। ଦୁଇ ଦିନରେ ପେଟ୍ରୋଲ ୩୪ ପଇସା ଏବଂ ଡିଜେଲ ୩୭ ପଇସା ବଢ଼ିଛି।

ବୁଧବାର ତେଲ ଦର ବଢ଼ିବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୫୫ ରୁ ୯୦.୭୪ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୮୦.୯୧ ରୁ ୮୧.୧୨ ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭.୧୨ ଟଙ୍କା, ଡିଜେଲ ଲିଟର ପିଛା ୮୫.୧୯ ଟଙ୍କା ହୋଇଛି। ଚେନ୍ନାଇରେ ପେଟ୍ରୋଲ ୯୨.୭୦ ଟଙ୍କା ଏବଂ ଡିଜେଲ ୮୬.୦୯ ଟଙ୍କାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲ ୯୦.୯୨ ଟଙ୍କା ଏବଂ ଡିଜେଲ ୮୩.୯୮ ଟଙ୍କାକୁ ବୃଦ୍ଧି ପାଇଛି।

Leave A Reply

Your email address will not be published.