Odisha Link
Bridging the Missing Links in Odisha

କରୋନାର ନୂଆ ଷ୍ଟ୍ରେନ୍‌ ଠାବ, ୧୫ ଗୁଣା ଅଧିକ ମାରାତ୍ମକ

ବିଶାଖାପାଟନମ୍: ଦେଶରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ। ବ୍ରିଟେନ, ବ୍ରାଜିଲ, ସାଉଥ ଆଫ୍ରିକା ଭେରିଆଣ୍ଚ ପରେ ଏବେ ଆନ୍ଧ୍ର ପ୍ରଦେଶରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ଏହି ନୂଆ ଭାରିଆଣ୍ଟର ନାଁ N440K। ଆନ୍ଧ୍ରରେ ଚିହ୍ନଟ ହୋଇଥିବା କରୋନାର ଏହି ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ ଓ ହାନିକାରକ। ଏହି ଭୂତାଣୁ ୧୫ଗୁଣା ଅଧିକ ସଂକ୍ରାମକ ବୋଲି ବୈଜ୍ଞାନିକ ଦାବି କରିଛନ୍ତି।

ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବଢ଼ୁଥିବା କରୋନା ସଂକ୍ରମଣ ପଛରେ ଏହି ଭେରିଆଣ୍ଟ ରହିଛି ବୋଲି ବିଶେଷଜ୍ଞ ସନ୍ଦେହ ପ୍ରକାଶ କରିଛନ୍ତି। କୁର୍ନୁଲ ଜିଲ୍ଲାରେ ଏହି ଭେରିଆଣ୍ଚ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହି ଇଣ୍ଡିଆନ୍ ଭେରିଆଣ୍ଟ୧୫ ଗୁଣ ଅଧିକ ମାରାତ୍ମକ ଅଟେ।

ବିଶାଖାପାଟନମ୍ ଜିଲ୍ଲାପାଳ ଭି ବିନୟ ଚାନ୍ଦ କହିଛନ୍ତି, ସ୍ୱାସ୍ଥ୍ୟ ଅଧିକାରୀ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏପର୍ଯ୍ୟନ୍ତ ସୁନିଶ୍ଚିତ ହୋଇନାହିଁ ଏହା କରୋନାର କେଉଁ ଷ୍ଟ୍ରେନ୍। ଏବେ ସନ୍ଦେହ କରାଯାଉଛି। CCMBକୁ ନମୁନା ପଠାଯାଇଛି। କିନ୍ତୁ ବିଶାଖାପାଟନମରେ ଦେଖାଦେଇଥିବା କରୋନା ଭେରିଆଣ୍ଟ ଭିନ୍ନ। ଆମେ ଦେଖିଛୁ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଏବେ ଆକ୍ରାନ୍ତମାନେ ତିନିରୁ ଚାରି ଦିନ ମଧ୍ୟରେ ଗୁରୁତର ହୋଇ ପଡ଼ୁଛନ୍ତି। ହେଲେ ଆଗାମୀ ସପ୍ତାହ ମଧ୍ୟରେ କୋଭିଡ ସଂକ୍ରମିତ ହାଇପୋକ୍ସିଆ କିମ୍ବା ଡିସପେନସିଆ ରୋଗରେ ଆକ୍ରାନ୍ତ ହେବେ। କୋଭିଡ ବାରମ୍ବାର ତାର ରୂପ ବଦଳାଇବା ଚିନ୍ତାରେ ପକାଇଛି। ଆଉ ଯୁବ ବର୍ଗ ଏହି ମହାମାରୀରେ ଅଧିକାଂଶ ଶିକାର ହେଉଛନ୍ତି। ଯାହାକି ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

ଆନ୍ଧ୍ରରେ ନୂଆ ଭେରିଆଣ୍ଟ ଠାବ ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର। ଆନ୍ଧ୍ରକୁ ଲାଗି ରହିଥିବା ଓଡ଼ିଶା ସୀମାକୁ ସିଲ କରାଯାଇଛି। ଏଥିସହ ଦ୍ରୁତ ସଂକ୍ରମଣ ବଢୁଥିବାବେଳେ ତେଲେଙ୍ଗାନା ଓ ଆନ୍ଧ୍ରରୁ ଆସିଲେ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି। ୪୮ ଘଣ୍ଠାର ଆରଟିପିସିଆର ରିପୋର୍ଟ ନେଗେଟିଭ ୭ଦିନିଆ ଘରୋଇ ସଙ୍ଗରୋଧରେ ରହିବେ। ଟିକା ନେଇନଥିଲେ, ଟେଷ୍ଟ ରିପୋର୍ଟ ନଥିଲେ ଓ ପଜିଟିଭ ଥିଲେ ୧୪ ଦିନିଆ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ସୀମାନ୍ତର ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯାଞ୍ଚ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.