Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିଦି

ପଶ୍ଚିମବଙ୍ଗ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମମତା ବାନାର୍ଜୀ। ଏଥିସହ ପଶ୍ଚିମବଙ୍ଗରେ ତୃତୀୟ ଇନିଂସ ଆରମ୍ଭ କଲେ ମମତା। ଆଜି ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। ରାଜଭବନରେ ନିରାଡମ୍ୱର ଭାବେ ଶପଥଗ୍ରହଣ ଉତ୍ସବ ହୋଇଛି। କୋଭିଡ ସ୍ଥିତିକୁ ଦେଖି ବେଶି ଲୋକଙ୍କୁ ଏଠିକୁ ଆମନ୍ତ୍ରଣ କରାଯାଇନଥିଲା।

ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ଭାରତୀୟ ଜନତା ପାର୍ଟୀ ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଉପସ୍ଥିତ ଥିଲେ। ସେହିପରି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସମେତ ଅନେକ ଅତିଥି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ବିପୁଳ ସଂଖ୍ୟାରେ ଜିତି ପୁଣିଥରେ ଆସନ ଦଖଲ କରିଛି ତୃଣମୂଳ। ଏଥର ୨୧୩ଟି ଆସନ ଜିତିଛି।  କିନ୍ତୁ ନନ୍ଦୀଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଯାଇଛନ୍ତି ମମତା ବାନାର୍ଜୀ। ମାତ୍ର ଦଳର ବରିଷ୍ଠ ନେତା ଏବଂ ନବ ନିର୍ବାଚିତ ବିଧାୟକଙ୍କମାନଙ୍କ ସର୍ବସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳ ନେତା ଘୋଷିତ କରାଯାଇଛି।

 

Leave A Reply

Your email address will not be published.