Odisha Link
Bridging the Missing Links in Odisha

ନାୟବ ସିଂ ସୈନି ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ; ଅପରାହ୍ନରେ ନେବେ ଶପଥ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଇସ୍ତଫା ଦେଇଛନ୍ତି। ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ମନୋହର ଲାଲ୍‌। ମନୋହର ଲାଲ୍‌ଙ୍କ ସମେତ ଅନ୍ୟ କିଛି ମନ୍ତ୍ରୀ ଇସ୍ତଫା ଦେଲେ।

ଏହା ପରେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସୈନି। ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ଆନୁଷ୍ଠାନିକ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି। ବିଧାୟକ ଦଳ ବୈଠକ ପରେ ନାୟବ ସୈନିଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ। ନାୟବ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସୂଚନା ରହିଛି।

Leave A Reply

Your email address will not be published.