Odisha Link
Bridging the Missing Links in Odisha

ଜଳିଗଲା ବାୟୁସେନାର ବିମାନ; ଅଳ୍ପକେ ବର୍ତ୍ତିଲେ ପାଇଲଟ୍‌

ଓଏଲ୍‌ ବ୍ୟୁରୋ: ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନ ଜୈସଲମେରରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଲସିଏ ତେଜସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ପାଇଲଟ୍‌ ସୁରକ୍ଷିତ ଥିବା ସୂଚନା ରହିଛି। ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଜାରି ହୋଇଛି।

ସୂଚନା ଅନୁସାରେ, ଗତ ଡିସେମ୍ବରରେ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୨ ପାଇଲଟଙ୍କ ଜୀବନ ଚାଲିଯାଇଥିଲା। ତେଲେଙ୍ଗାନାରେ ହାଇଦ୍ରାବାଦ ଏଏଫଏରୁ ଟ୍ରେନିଂ ପାଇଁ ଉଡ଼ାଣ ଆରମ୍ଭ କରି ଖସି ପଡ଼ିଥିଲା। ବାୟୁସେନା ପକ୍ଷରୁ କୋର୍ଟ ଅଫ୍‌ ଏନକ୍ବାରୀ ନିର୍ଦ୍ଦେଶ ଦିଆଯାଇଥିଲା। ତେଲେଙ୍ଗାନାର ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ଟ୍ରେନିଂ ଚାଲିଥିବା ସମୟରେ ଏହି ଅଘଟଣ ହୋଇଥିଲା।

Leave A Reply

Your email address will not be published.