Odisha Link
Bridging the Missing Links in Odisha

ହୋମ ଆଇସୋଲେସନ ରୋଗୀଙ୍କୁ ମିଳିବ ଅକ୍ସିଜେନ ସବୁଧା

ଜରୁରୀ ପରିସ୍ଥିତିରେ ହୋମ ଆଇସୋଲେସନରେ ଥିବା ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ସରକାର

ନୂଆଦିଲ୍ଲୀ: ହୋମ ଆଇସୋଲେସନ ରୋଗୀଙ୍କୁ ମିଳିବ ଅକ୍ସିଜେନ ସବୁଧା। ଦିଲ୍ଲୀରେ ହୋମ ଆଇସୋଲେସନ ରହୁଥିବା ରୋଗୀଙ୍କ ପାଇଁ ଏହି ପଦକ୍ଷେପ ନେଇଛନ୍ତି କେଜ୍ରିୱାଲ ସରକାର। ଜରୁରୀ ପରିସ୍ଥିତିରେ ଘରେ ଆଇସୋଲେସନରେ ଥିବା ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ସରକାର। ଏହାଦ୍ୱାରା ହସ୍ପିଟାଲରେ ଭିଡ ମଧ୍ୟ କମ ରହିବ।

ହୋମ ଆଇସୋଲେସନରେ ଥିବା ଲୋକମାନେ ଯେଉଁମାନଙ୍କର ଅକ୍ସିଜେନ ଆବଶ୍ୟକ ସେମାନେ ଦିଲ୍ଲୀ ସରକାରଙ୍କ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଆବେଦନ କରିବା ସହ ଫଟୋ, ଆଧାର କାର୍ଡ, କରୋନା ସଂକ୍ରମିତ ରିପୋର୍ଟ ଅପଲୋର୍ଡ କରିବାକୁ ପଡିବ।

ବର୍ତ୍ତମାନ ଦିଲ୍ଲୀରେ ୫୦ରୁ ଅଧିକ କରୋନା ରୋଗୀ ହୋମ ଆଇସୋଲେସନରେ ରହିଛନ୍ତି। ତେଣୁ ସରକାର ହୋମ ଆଇସୋଲେସନ ଥିବା ରୋଗୀମାନଙ୍କ ପାଇଁ ଏହି ପଦକ୍ଷେପ ନେଇଛନ୍ତି।

Leave A Reply

Your email address will not be published.