Odisha Link
Bridging the Missing Links in Odisha

ପିଣ୍ଡାରେ ପ୍ରତାପଙ୍କ ଉପବାସ

ବାଲେଶ୍ବର: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାର ପ୍ରତିବାଦ କରି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଉପବାସ କରିଛନ୍ତି। ସେ ନିଜ ଘରର ଦାଣ୍ଡ ପିଣ୍ଡାରେ ଧାରଣାରେ ବସିଛନ୍ତି।

ନିଜର କିଛି ଦଳୀୟ ସହଯୋଗୀଙ୍କ ସହ ଧାରଣାରେ ବସିଛନ୍ତି ସାଂସଦ ଶ୍ରୀ ଷଡ଼ଙ୍ଗୀ। ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ଉପରେ ଟିଏମ୍‌ସିର ହତ୍ୟା ଓ ବର୍ବରୋଚିତ ଆକ୍ରମଣ ପ୍ରତିବାଦରେ ସେ ଉପବାସ କରିଥିବା ଉଲ୍ଲେଖ କରିଛନ୍ତି।

ମେ ୨ରେ ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ଟିଏମ୍‌ସି ଆଶାତୀତ ସଫଳତା ପାଇ ବିଜୟୀ ହେବା ସହ ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ହିଂସା ଯୋଗୁଁ ଉଭୟ ଦଳ ମଧ୍ୟରେ କାଦୁଅଫିଙ୍ଗା ଆରମ୍ଭ ହୋଇଛି। ହିଂସା ପଛରେ ପରସ୍ପରର ହାତ ଥିବାଅଭିଯୋଗ ଆଣିଛନ୍ତି ବିଜେପି ଓ ଟିଏମ୍‌ସି।

Leave A Reply

Your email address will not be published.