ଦୁର୍ଘଟଣାରେ ପ୍ରତାପ ଷଡ଼ଙ୍ଗୀଙ୍କ ନାକ ଫାଟିଲା
![](https://www.odishalink.com/wp-content/uploads/2021/05/Pratap-sarangi-faces-accident-750x430.jpg)
ବାଲେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଜି ଦୁର୍ଘଟଣାର ଶିକାର ହୋଇଛନ୍ତି। ସରକାରୀ ଗାଡ଼ିରେ ଯିବା ସମୟରେ ଗୋଟିଏ ଟ୍ରାକ୍ଟର ସହ ଧକ୍କା ହେବାରୁ ଗାଡ଼ିର ବାମ ପାଖ ଭାଙ୍ଗିଯିବା ସହ ମନ୍ତ୍ରୀଙ୍କନାକ ଫାଟିଯାଇଛି।
ଆଜି ଅପରାହ୍ଣରେ ଜଣେ ମୃତକଙ୍କ ପରିବାର ବର୍ଗଙ୍କୁ ଦେଖା କରିବା ପାଇଁ ଯାଉଥିଲେ ପ୍ରତାପ। ନୀଳଗିରି ନିକଟସ୍ଥ ପୁଡ଼ାସୁଳ ଠାରେ ଗୋଟିଏ ଟ୍ରାକ୍ଟର ସହ ତାଙ୍କ ଗାଡ଼ି ଧକ୍କା ଖାଇଥିଲା। ଦୁର୍ଘଟଣାରେ ଗାଡ଼ିର ସାମନା ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ପର୍ତ୍ତି ଯାଇଛନ୍ତି ମନ୍ତ୍ରୀ। ତାଙ୍କ ନାକରେ ଆଘା ଲାଗିଛି। ଗାଡ଼ିରେ ଥିବା ଚାଳକ, ତାଙ୍କ ବ୍ୟକ୍ତିଗତ ସହକାରୀ ଓ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ସୁରକ୍ଷିତ ଅଛନ୍ତି ବୋଲି ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି।