Odisha Link
Bridging the Missing Links in Odisha

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବାପରେ ଏମିିତି କହିଲେ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର: ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର ଶେଷ ହୋଇଛି। ପିଏମ୍‌ ମୋଦୀ ତାଙ୍କ ଟିମରେ ନୂଆ ଚେହେରାଙ୍କୁ ସାମିଲ କରିଥିବା ବେଳେ ୧୨ ଜଣ  ମନ୍ତ୍ରୀଙ୍କୁ ବିଦା କରିଥିଲେ। ସେ ମଧ୍ୟରୁ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଅନ୍ୟତମ। ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ ସାମିଲ ହୋଇଛନ୍ତି।

ଅନ୍ୟପଟେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିବା ପରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି ଯେ, ମନ୍ତ୍ରିମଣ୍ଡଳରେ କିଏ ରହିବେ କିଏ ବାହାରିବେ ସେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କର। ଏଥିପାଇଁ ମୁଁ ବିଚଳିତ କି ଚନ୍ତିତ ନୁହେଁ ବୋଲି ପ୍ରତାପ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୁଁ କେବେ ମନ୍ତ୍ରୀ ପଦ ପାଇଁ ଆଶା କରି ନ ଥିଲି। ମନ୍ତ୍ରୀ ହେବା ପାଇଁ କେବେ କଳ୍ପନା କରି ନ ଥିଲି । ଅଚାନକ ଫୋନ୍ ପାଇ ମନ୍ତ୍ରୀ ହୋଇଥିଲି। ତେଣୁ ମନ୍ତ୍ରୀ ପଦ ନ ରହିଲେ ମୋର କିଛି ଯାଏ ଆସେ ନାହିଁ। ମନ୍ତ୍ରୀ କି ବିଧାୟକ ନ ଥିଲା ବେଳେ ଲୋକଙ୍କ ସେବା କରୁଥିଲି । ତାହା ଜାରି ରହିବ ।

ମନ୍ତ୍ରୀ ଭାବେ ତାଙ୍କ ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ଅସନ୍ତୁଷ୍ଟ ଥିବା ନେଇ ହେଉଥିବା ଚର୍ଚ୍ଚା ପ୍ରସଙ୍ଗରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ମୋତେ ଏ କଥା ଜଣା ନାହିଁ । ପ୍ରଧାନମନ୍ତ୍ରୀ କେବେ ଅସନ୍ତୋଷ ବ୍ୟକ୍ତ କରି ନ ଥିଲେ। ସେ ଅନେକ ଥର ଆମ ସହ ବୈଠକ କରିଛନ୍ତି । ପ୍ରେରଣାଦାୟୀ ପ୍ରସ୍ତାବ ଦିଅନ୍ତି । ମୋ ପ୍ରସ୍ତାବ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତାଙ୍କ ଅସନ୍ତୋଷ ମୁଁ ଜାଣିବାର ସୁଯୋଗ ପାଇ ନାହିଁ ।

Leave A Reply

Your email address will not be published.