Odisha Link
Bridging the Missing Links in Odisha

କେରଳରେ ଲାଗୁ ହେଲା ଲକଡାଉନ

କେରଳ: ଦେଶରେ ହୁହୁ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳରେ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀଙ୍କ ଟ୍ୱିଟରେ ଏନେଇ ସୂଚନା ଦିଆଯାଇଛି। ସୂଚନା ମୁତାବକ ରାଜ୍ୟରେ ମେ ୮ ତାରିଖରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ପୂର୍ଣ୍ଣ ଲକଡାଉନ ବଳବତ୍ତର ରହିବ।

କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୧,୯୫୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ବୋଲି କୁହାଯାଇଛି। କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବାକୁ ରାଜ୍ୟ ସରକାର ଲକଡାଉନ ଲାଗୁ କରିଛନ୍ତି।

Leave A Reply

Your email address will not be published.