Odisha Link
Bridging the Missing Links in Odisha

କୋଭିଡ଼ ପରିଚାଳନା: ୩ ଜିଲ୍ଲା ପାଇଁ ୭କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ହୁହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର। ଏହାକୁ ଦୃଷ୍ଟିରେ ରଖି କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭ କୋଟି ମଞ୍ଜୁର କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହୟତା ଅର୍ଥ ପ୍ରଦାନ କରାଯାଇଛି।

ପୁରୀ ପାଇଁ ପୂର୍ବରୁ ୧୪କୋଟି ୫୯ଲକ୍ଷ ୭୪ହଜାର ୪୦୮ଟଙ୍କା ଘୋଷଣା କରିଥିଲେ। ଏବେ ଆଉ ୨କୋଟିକୁ ମିଶାଇ ଏହା ୧୬ କୋଟି ୫୯ ଲକ୍ଷ ୭୪ ହଜାର ୪୦୮କୁ ବୃଦ୍ଧି ପାଇଛି। ସେହିଭଳି ପୂର୍ବରୁ ସୋନପୁରକୁ ଅଢେଇ କୋଟି ଘୋଷଣା କରିଥିବାବେଳେ ଏବେ ଏହି ପରିମାଣ ସାଢେ ତିନିକୋଟିକୁ ବୃଦ୍ଧି ପାଇଛି।କୋଭିଡ ପରିଚାଳନା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ।

ସମ୍ବଲପୁରକୁ ଆଜି ୪ କୋଟି ୬୨ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିବାବେଳେ ପୂର୍ବ ରାଶିକୁ ମିଶାଇ ଏବେ ଏହା ୧୬ କୋଟି ୧୨ ଲକ୍ଷ ୮୦ ହଜାର ୬୯୨କୁ ବୃଦ୍ଧି ପାଇଛି। ପୂର୍ବରୁ ସମ୍ବଲପୁରକୁ ସାଢେ ୧୧କୋଟି ଗ୍ରାଣ୍ଟ କରିଥିଲେ। ସେହିଭଳି କିଛି ଦିନ ତଳେ ସିଏମସି ୧୦ କୋଟି ଏବଂ ବିଏମସିକୁ ୧୦ କୋଟି ଅନୁଦାନ ଘୋଷଣା କରିଥିଲେ।

Leave A Reply

Your email address will not be published.