Odisha Link
Bridging the Missing Links in Odisha

ଜୁନ୍‌ ପହିଲାରେ କେରଳ ଛୁଇଁବ ମୌସୁମୀ

ଭାରତରେ ମୌସୁମୀ ସ୍ୱାଭାବିକ ରହିବ ଏବଂ ଭଲ ବର୍ଷା ହେବ

ନୂଆଦିଲ୍ଲୀ: ଜୁନ୍‌ ପହିଲାରେ କେରଳ ଛୁଇଁବ ମୌସୁମୀ। ମୌସୁମୀ ଜୁନ ୧ରେ କେରଳ ଛୁଇଁବା ନେଇ  ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଜୁନ ୧ରେ ଦକ୍ଷିଣ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ସୂଚନା ଦିଆଯାଇଛି।

ପୂର୍ବରୁ  ପାଣିପାଗ ସଂସ୍ଥା ସ୍କାଇମେଟ ପୂର୍ବାନୁମାନ କରିକହିଥିଲା ଯେ, ଭାରତର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଜୁନରୁ ସେପ୍ଟେମ୍ବର ମାସ ପର୍ୟ୍ୟନ୍ତ ୧୦୩ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି। ଜୁନ ମାସରେ ୧୭୭ ମିମି ଏବଂ ଜୁଲାଇରେ ୨୭୭ ମିମି ବର୍ଷା ହେବ। ଅଗଷ୍ଟରେ ୨୫୮ ମିମି ଏବଂ ସେପ୍ଟେମ୍ବରରେ ୧୯୭ ମିମି ବର୍ଷା ହେବ।

ପ୍ରାରମ୍ଭିକ ସ୍ଥିତିରେ ପୂର୍ବ ଭାରତ ଏବଂ ମଧ୍ୟ ଭାରତରେ ମୌସୁମୀ ସ୍ୱାଭାବିକ ରହିବ ଏବଂ ଭଲ ବର୍ଷା ହେବ। ଜୁଲାଇରେ କର୍ଣ୍ଣାଟକ ଏବଂ ପଶ୍ଚିମ ରାଜସ୍ଥାନରେ ଅପେକ୍ଷାକୃତ କମ୍ ବୃଷ୍ଟିପାତ ହେବ। ତେବେ ଦେଶବ୍ୟାପୀ ଭଲ ବର୍ଷା ହେବ ଏବଂ ଏହା ସ୍ୱାଭାବିକ ବୃଷ୍ଟିପାତଠାରୁ ଅଧିକ ରହିବ ବୋଲି କୁହାଯାଇଥିଲା।

Leave A Reply

Your email address will not be published.